ସେନା କ୍ୟାମ୍ପରେ ଅକ୍ଷୟ କୁମାର ! ବେସ୍ କ୍ୟାମ୍ପରେ ପହଂଚି ସହିଦଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

62

ସେନା କ୍ୟାମ୍ପରେ ଅକ୍ଷୟ କୁମାର । ଜମ୍ମୁ ଓ କଶ୍ମୀରରେ ଥିବା ସେନାର ବେସ୍ କ୍ୟାମ୍ପରେ ପହଂଚି ବଲିଉଡ ଅଭିନେତା ଅକ୍ଷୟ କୁମାର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

source-google

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ଓ ବିଭିନ୍ନ ଏନକାଉଂଟରରେ ସହିତ ହୋଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅକ୍ଷୟ କୁମାର । କ୍ୟାମ୍ପକୁ ଯାଇ ସୈନିକଙ୍କୁ ଭେଟିବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେକରିଛନ୍ତି ।

ସେନାଙ୍କୁ ଭେଟିବା ସହ ନିଜେ ରିଲ୍ ହିରୋ ଓ ସୈନିକମାନେ ରିଅଲ ହିରୋ ବୋଲି କହିଛନ୍ତି ଅକ୍ଷୟ । ଜମ୍ମୁ ଓ କଶ୍ମୀରରେ ସେନା ବେସ୍ କ୍ୟାମ୍ପରେ ସୈନିକଙ୍କ ସହ ବେଶ କିଛି ସମୟ ଅତିବାହିତ କରିଛନ୍ତି । ଏହାପୂର୍ବରୁ ଦିପାବଳୀ ଅବସରରେ ମଧ୍ୟ ଅକ୍ଷୟ କୁମାର ଭାରତୀୟ ଯବାନଙ୍କ ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ । ଅନେକ ଫିଲ୍ମରେ ଅକ୍ଷୟଙ୍କୁ ସୈନିକ ଭୂମିକାରେ ଦେଖିବାକୁ ମିଳିଛି ।