‘ ଟୟଲେଟ : ଏକ ପ୍ରେମକଥା’ର ସୁଟିଂ ଆରମ୍ଭ କରିଛନ୍ତି ଅକ୍ଷୟ କୁମାର

42

ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କର ଅଗାମୀ ହାସ୍ୟାରସାତ୍ମକ ଫିଲ୍ମ ‘ ଟୟଲେଟ : ଏକ ପ୍ରେମକଥା ‘ ର ସୁଟିଂ ପାଇଁ ପହଞ୍ଚିଛନ୍ତି ସେଟରେ । ଅକ୍ଷୟ ସୁଟିଂର ପ୍ରଥମ ଦିନର ଫଟୋକୁ ଶେୟାର କରିଛନ୍ତି ଟ୍ୱିଟରରେ । ଆସନ୍ତା ବର୍ଷ ଫେବୃୟାରୀରେ ଫ୍ଲୋରକୁ ଆସିବ ଏହି ଫିଲ୍ମ । ଏହି ଫିଲ୍ମ ପାଇଁ ଅକ୍ଷୟଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଭୂମି ପଡନେକର ଏବଂ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନୀରଜ ପାଣ୍ଡେ ।

ଅକ୍ଷୟଙ୍କ ଏହି ଫିଲ୍ମ ପ୍ରଧାନମନ୍ତ୍ରୀଙ୍କ ସ୍ୱଛ ଭାରତ ଅଭିଯାନକୁ ସମର୍ଥନ କରିବା ସହ ସ୍ୱଚ୍ଛତା ଉପରେ ଧ୍ୟାନ ଦେଉନଥିବା ଲୋକଙ୍କୁ ସଚେତନ କରିବ ବୋଲି ଫିଲ୍ମର ଜଣେ କ୍ରୁ ମେମ୍ବର ସୂଚନା ଦେଇଛନ୍ତି ।