ମନେପଡନ୍ତି ଖୋକା ଭାଇ : ଆଜି ଓଡିଆ ସଂଗୀତର ମୁକୁଟ ବିହୀନ ସମ୍ରାଟଙ୍କ ଜନ୍ମଦିନ

145

1ଆଜି ବି ସେହି ସ୍ୱର, ସେହି ଖିଆଲି ମଣିଷର କଥା ମନେପଡେ । ଆଜି ବି ତାଙ୍କର ଓଡିଆ ବୋଲି ନିଜକୁ ଗର୍ବ କରିବା ଅନ୍ଦାଜ ମନେପଡେ । ଆଜି ସେହି ନିଆରା ସୃଜନଶୀଳ ମଣିଷର ଜନ୍ମଦିନ । ସେ ଆଉ କେହି ନୁହନ୍ତି ସମସ୍ତଙ୍କ ପ୍ରିୟ ଖୋକା ଭାଇ – ଚିର ସବୁଜ ଅକ୍ଷୟ ମହାନ୍ତି ।

3ଅକ୍ଷୟ ମହାନ୍ତି ଓଡିଆ ସଙ୍ଗୀତ ଦୁନିଆରେ ଖୋକା ଭାଇ ନାମରେ ବେଶ ସୁପରିଚିତ । ସେ ଏକାଧାରରେ ଜଣେ କଣ୍ଠଶିଳ୍ପୀ ,ଗୀତିକାର ଓ ସାହିତ୍ୟିକ । ବହୁମୁଖୀ ପ୍ରତିଭାର ଅଧିକାରୀ ଅକ୍ଷୟ ମହାନ୍ତିଙ୍କ ମୃତ୍ୟୁପରେ ମଧ୍ୟ ଓଡିଶା ସଙ୍ଗୀତ ଜଗତ ପାଇଁ ଅମର ରହିଛନ୍ତି । ସେ ଓଡିଶୀ ସଙ୍ଗୀତ ,ଭଜନ , ପାରମ୍ପରିକ ସଙ୍ଗୀତ ଏବଂ ଏହା ସହ ଅନେକ ଓଡିଆ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି ।

4ଆଜିର ଦିନ ଅକ୍ଟୋବର ୧୯୩୭ରେ ଏହି ଅମ୍ଲାନ ପ୍ରତିଭା କଟକରେ ଜନ୍ମଗ୍ରହଣ କରିଥିଲେ । ନାଁ ଅନୁସାରେ ସତରେ ସେ ଅକ୍ଷୟ ହିଁ ରହିଗଲେ । ଆଉ ତା ସହ ଓଡିଆ ସଂଗୀତକୁ ବି ଅକ୍ଷୟ କରିଦେଲେ । ଯେଉଁଥି ପାଇଁ ତାଙ୍କର ଅବର୍ତରେ ବି ସେ ବର୍ତମାନ ସାଜିଛନ୍ତି । ତାଙ୍କୁ ଝୁରୁଛି ସଙ୍ଗୀତ ଦୁନିଆ । ସିନେମା ଜଗତର ସର୍ବଶ୍ରେଷ୍ଠ ଜୟଦେବ ସମ୍ମାନରେ ସମ୍ମାନିତ ହେବା ସହ ୭ ଥର ଶ୍ରେଷ୍ଠ ପ୍ରଚ୍ଚଦପଟ ଗାୟକ ଭାବେ ସମ୍ମାନିତ ହୋଇଛନ୍ତି ଅକ୍ଷୟ ମହାନ୍ତି ।
ହେ ଫଗୁଣ ତୁମେ , ରାଜା ଝିଅ ସଙ୍ଗେ , କେଣେ ଘେନି ଯାଉଛ ଜଗନ୍ନାଥକୁ , ଚକୋରି ଝରାନା ଲୁହସ୍ମୃତି ତୁମେ ପାଉଁଶ ତଳର ନିଆଁ ଇତ୍ୟାଦି ଗୀତ ତାଙ୍କର ଆଜି ବି ମତୁଆଲା କରେ ସଂଗୀତପ୍ରେମୀଙ୍କୁ ।