ଐଶ୍ୱର୍ଯ୍ୟାଙ୍କ ସହ ଅଭିନୟ କରିବାକୁ ମନାକଲେ ଅକ୍ଷୟ ଓବରୟ!

61

ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ବଲିଉଡର ସବୁଠାରୁ ସୁନ୍ଦରୀ ନାୟିକା । ତାଙ୍କ ସହ କାମ କରିବା ପାଇଁ ଅନେକ ନାୟକ ଆଗ୍ରହୀ । ଏପରିକି ଯୁବ ନାୟକ ମଧ୍ୟ ତାଙ୍କ ସହ ପରଦା ଉପରେ ରୋମାନ୍ସ କରିଛନ୍ତି । ଫିଲ୍ମ ଏ ‘ଦିଲ୍ ହୈ ମୁସ୍କିଲ’ରେ ରଣବୀର କପୁରଙ୍କ ସହ ରୋମାନ୍ସ ଏହାର ଏକ ଉଦାହରଣ । କିନ୍ତୁ ଏହି ପୂର୍ବତନ ବିଶ୍ୱସୁନ୍ଦରୀଙ୍କ ସହ କାମ କରିବାକୁ ମନା କରିଦେଇଛନ୍ତି ଜଣେ ଯୁବ ନାୟକ ।

ସୂଚନା ଅନୁସାରେ ରାକେଶ ଓମପ୍ରକାଶ ମେହେରାଙ୍କ ଆଗାମୀ ଫିଲ୍ମ ‘ଫନି ଖାନ୍’ର ଅଫର୍ ମିଳିଛି ଐଶ୍ୱର୍ଯ୍ୟାଙ୍କୁ । ଏହାର କାହାଣୀ ଅନୁଯାୟୀ ତାଙ୍କୁ ଜଣେ ଯୁବ ନାୟକଙ୍କ ସହ ରୋମାନ୍ସ କରିବାକୁ ପଡିବ । ଏହା ଶୁଣିବା ପରେ ଅଭିନେତା ଅକ୍ଷୟ ଐଶ୍ୱର୍ଯ୍ୟାଙ୍କ ସହ ଅଭିନୟ କରିବାକୁ ମନା କରିଦେଇଛନ୍ତି । ଏହାକୁ ନେଇ ସେ ବି-ଟାଉନରେ ଖୁବ୍ ଚର୍ଚ୍ଚା ।

ଐଶ୍ୱର୍ଯ୍ୟାଙ୍କ ପୂର୍ବତନ ପ୍ରେମିକା ବିବେକ ଓବରୟଙ୍କ ସଂପର୍କୀୟ ଭାଇ ହେଉଛନ୍ତି ଅକ୍ଷୟ । ଆଉ ନିଜ ଭାଇଙ୍କ ପୂର୍ବତନ ପ୍ରେମିକାଙ୍କ ସହ ରୋମାନ୍ସ କରିବେ ନାହିଁ କହି ମନା କରିଦେଇଛନ୍ତି ଅକ୍ଷୟ । ତେବେ ଏଥିରେ କେତେ ସତ୍ୟତା ରହିଛି ଅକ୍ଷୟ ମୁହଁ ଖୋଲିଲେ ଜଣାପଡିବ ।