ଦାଢି ବଢାଇଲେ, ପଗଡି ପିନ୍ଧିଲେ! ‘କେଶରୀ’ ପାଇଁ ଖିଲାଡିଙ୍କ ନୂଆ ଲୁକ୍

84

ମୁହଁସାରା ଦାଢି ଓ ମୁଣ୍ଡରେ ପଗଡି । ନୂଆ ଲୁକରେ ନଜର ଆସିଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର । ଆଗକୁ ଅକ୍ଷୟ କୁମାରଙ୍କ ଅଭିନୀତ ପ୍ୟାଡମ୍ୟାନ ରିଲିଜ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏହି ନୂଆ ଲୁକ ଦର୍ଶକଙ୍କୁ ଟିକିଏ ଦ୍ୱନ୍ଦରେ ପକାଇଛି । ତେବେ ଏଠାରେ ଆମେ ଜଣାଇଦେବାକୁ ଚାହୁଁଛୁ ଅକ୍ଷୟ ଆଗାମୀ ଫିଲ୍ମ କେଶରୀରେ ଏଭଳି ଲୁକରେ ନଜର ଆସିବେ । ଏହି ଫିଲ୍ମରେ ଅକ୍ଷୟ ଟିକିଏ ଭିନ୍ନ ଲୁକରେ ନଜର ଆସିବେ ।

60435205ଅକ୍ଷୟ ଟ୍ୱିଟରରେ କେଶରୀ ଫିଲ୍ମର ନୂଆ ଲୁକ ସେୟାର କରିବା ସହ କହିଛନ୍ତି, ନୂଆବର୍ଷର ଆରମ୍ଭ କେଶରୀ ଫିଲ୍ମରୁ କରିଥିବାରୁ ବହୁତ ଗର୍ବିତ । ଏହାଛଡା କେଶରୀ ଫିଲ୍ମ ତାଙ୍କ ଜୀବନର ସବୁଠାରୁ ବଡ ପ୍ରୋଜେକ୍ଟ । ତେଣୁ ଆର୍ଶୀବାଦ କାମନା କରିଛନ୍ତି ଅକ୍ଷୟ । ଫିଲ୍ମର ସୁଟିଂ କାମ ଶୁକ୍ରବାରରୁ ଆରମ୍ଭ ହୋଇଛି । ଏହି ହାଇବଜେଟ ଫିଲ୍ମର ସୁଟିଂ ପାଇଁ ୨୦୧୭ରେ ଘୋଷଣା କରାଯାଇଥିଲା । କରଣ ଜୋହରଙ୍କ ପ୍ରଡକ୍ସନରେ ନିର୍ମିତ ହେଉଥିବା କେଶରୀ ଫିଲ୍ମ ବ୍ୟାଟଲ ଅଫ ସାରାଗଢୀର କାହାଣୀ ଉପରେ ଆଧାରିତ । ପ୍ରଥମେ ଏହି ଫିଲ୍ମକୁ ଅକ୍ଷୟ, କରନ ଓ ସଲମାନ ନିର୍ମାଣ କରିବେ ଶୁଣାଯାଉଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସଲମାନ ଏହି ଫିଲ୍ମରୁ ନିଜକୁ ଦୂରେଇ ର୍ଖିଥିଲେ ।

କେଶରୀ ଫିଲ୍ମର ମୁଖ୍ୟ ଭୂମିକାରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ । ତେବେ ସୁବୁଠାରୁ ମଜାଦାର କଥା ହେଲା ବ୍ୟାଟଲ ଅଫ୍ ସାରାଗଢୀ କାହାଣୀ ଉପରେ ତିନୋଟି ଫିଲ୍ମର ନିର୍ମାଣ ହେଉଛି । ଗୋଟିଏ ଫିଲ୍ମରେ ରଣଦୀପ ହୁଡା ମୁଖ୍ୟ ଭୁମିକାରେ ନଜରକୁ ଆସିବାକୁ ଥିବା ବେଳେ ଅନ୍ୟ ଏକ ଫିଲ୍ମରେ ଅଜୟ ଦେବଗନଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରି କେଉଁ ଅଭିନେତା ଦର୍ଶକଙ୍କ ମନ ଜିଣିପାରୁଛନ୍ତି ତାହା ଦେଖିବା ବାକି ରହିଲା ।

ବ୍ୟାଟଲ ଅଫ୍ ସାରାଗଢୀ :
୧୨ ସେପ୍ଟେମ୍ବର ୧୮୯୭ରେ ସାରାଗଢୀ ଯୁଦ୍ଧ ହୋଇଥିଲା । ଆଫଗାନ ସୈନିକଙ୍କ ସହ ବ୍ରିିଟିଶ ସେନାରେ କାମ କରୁଥିବା ଭାରତୀୟଙ୍କ ଯୁଦ୍ଧ ହୋଇଥିଲା । ତେବେ ଏହି ଯୁଦ୍ଧ ଏଥିପାଇଁ ପ୍ରସିଦ୍ଧ ଥିଲା କି, ୨୧ ଜଣ ଶିଖ୍ ନିଜ ପଦ ବଞ୍ଚାଇବା ପାଇଁ ୧୦,୦୦୦ ଆଫଗାନ ସୈନିକଙ୍କ ସହ ଯୁଦ୍ଧ କରିବାକୁ ଋଣଭୂମିକୁ ଓହ୍ଲାଇଥିଲେ ।