ଜନ୍ ଆବ୍ରାହମଙ୍କ ପରେ ଅକ୍ଷୟ କୁମାର ଅଭିନନ୍ଦନଙ୍କ ଭୂମିକାରେ ଆସିବାକୁ ଚାହୁଁଛନ୍ତି, କାହାକୁ ମିଳିବ ରୋଲ୍ ?

251

ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀର କାହାଣୀ ଇତିହାସରେ ଲିପିବଦ୍ଧ ହୋଇସାରିଛି । ଯେଉଁଭଳି ଅଭିନନ୍ଦନ ପାକିସ୍ତାନର କବଜାରେ ଆସିବା ପରେ ବି ସାହସିକତାର ପରିଚୟ ଦେଲେ । ତାଙ୍କର ସାହସିକତାର ପ୍ରଶଂସା ସାରା ଦୁନିଆରେ ହୋଇଛି । ସରକାର ପାକିସ୍ତାନ ଉପରେ ଚାପ ସୃଷ୍ଟି କରି କମାଣ୍ଡର ଅଭିନନ୍ଦନଙ୍କୁ ଭାରତ ପଠାଇବାକୁ ବାଧ୍ୟ କରିଦେଲା । ସେଇଠି ସାରା ଦେଶ ଓ ବଲିଉଡରେ ଭବ୍ୟ ଉପାୟରେ ଅଭିନନ୍ଦନର ସାହସିକତାକୁ ସଲାମ କରିଛନ୍ତି ।

ଅଭିନନ୍ଦନଙ୍କ ସାହସିକତା ଓ ବୀରତାକୁ ପ୍ରଶଂସା କରିବାରେ ବଲିଉଡ୍ ମଧ୍ୟ ଆଗରେ ଥିଲା । ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନ୍, ସଲମାନ ଖାନ୍, ଅକ୍ଷୟ କୁମାର, ଅଜୟ ଦେବଗନ୍, ଅନୁପମ୍ ଖେର ସମେତ ବଲିଉଡର ଷ୍ଟାର ମାନେ ସୋସିଆଲ ମିଡିଆରେ ଭାରତର ଏହି ବୀରଙ୍କ ପ୍ରଶଂସା କରୁଛନ୍ତି ।

ଅଭିନନ୍ଦନଙ୍କ କାହାଣୀ ନା କେବଳ ହିରୋଇକ୍ ଥିଲା ବରଂ ଏଥିରେ ଦେଶର ଲୋକଙ୍କ ଭାବନା ଜଡିତ । ସେଥିପାଇଁ ବଲିଉଡର ଫିଲ୍ମ ନିର୍ମାତା ଏହାକୁ ଫିଲ୍ମର ରୂପ ଦେବା ପାଇଁ ଲାଇନରେ ଲାଗିଗଲା । କେବଳ ଫିଲ୍ମ ମେକର୍ସ ହିଁ ନୁହଁନ୍ତି ବଲିଉଡର ଅନେକ ଅଭିନେତାଙ୍କ ମଧ୍ୟରେ ବି ଅଭିନନ୍ଦନଙ୍କ ଭୂମିକାରେ ଆସିବା ପାଇଁ ଲାଇନ୍ ଲାଗିଛି । ନିକଟରେ ଅଭିନେତା ଜନ୍ ଆବ୍ରାହମ୍ ମଧ୍ୟ ଅଭିନନ୍ଦନଙ୍କ ଭୂମିକାରେ ଆସିବା ପାଇଁ ଇଚ୍ଛା ଜାହିର କରିଛନ୍ତି । ସେ କହିଛନ୍ତି, ତାଙ୍କୁ ଏହି ଅଫର ମିଳିଲେ ଏହା ସୌଭାଗ୍ୟର କଥା ହେବ । ସେଭଳି ଅକ୍ଷୟ କୁମାର ମଧ୍ୟ ‘କେଶରୀ’ର ପ୍ରମୋଶନରେ କହିଥିଲେ କି, ଏପର୍ଯ୍ୟନ୍ତ କୌଣସି ଅଫର ଆସିନି, ଆସିଲେ ସେ ନିଶ୍ଚିତ କରିବେ ।