ଦୁଷ୍କର୍ମ ରୋକିବାର ବାଟ ବତାଇଲେ ଅକ୍ଷୟ ! କଣ ମାନିବ ଦେଶ . . .

42

ଶୌଚ ପାଇଁ ଖୋଲା ସ୍ଥାନକୁ ଯିବା ବନ୍ଦ କରିଦେଲେ ୩୦ ପ୍ରତିଶତ ଧର୍ଷଣ କମିଯିବ । କାରଣ ବାହାରକୁ ଶୌଚ ହେବା ପାଇଁ ଯାଉଥିବା ମହିଳା ମାନଙ୍କୁ ଅସଦାଚାରଣ କରିବା ପାଇଁ ଅସାମାଜିକ ବ୍ୟକ୍ତି ଅପେକ୍ଷା କରିଥାନ୍ତି । ଏହି ବୟାନ୍ ଦେଇଛନ୍ତି ଖିଲାଡି ବୟ । ନିଜର ଆଗାମୀ ସିନେମା ‘ଟୟଲେଟ୍ – ଏକ ପ୍ରେମ୍ କଥା’କୁ ନେଇ କରାଯାଇଥିବା ଏକ ସାକ୍ଷାତକାରରେ ଏପରି କହିଛନ୍ତି ଅକ୍ଷୟ କୁମାର୍ ।

ଅକ୍ଷୟ କହିଛନ୍ତି ଏହି ସିନେମା କରିବା ସମୟରେ ‘ମୋର ଅନେକ ମହିଳାଙ୍କ ସହ ସାକ୍ଷାତ ହୋଇଛି , ଯେଉଁମାନଙ୍କ ପାଖରେ ଶୌଚ ପାଇଁ ବାହାରକୁ ଯିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ’  । ଏପରି କ୍ଷେତ୍ରରେ ଅସଦାଚରଣ ଏବଂ ଦୁଷ୍କର୍ମ ଭଳି ଅପରାଧ ହୋଇଥାଏ  ।

ଅକ୍ଷୟ କୁମାର ଗତ କିଛି ଦିନ ଧରି ସାମାଜିକ କାମ ପାଇଁ ଚର୍ଚ୍ଚାରେ ଅଛନ୍ତି । ‘ଟ୍ରାନ୍ସଫର୍ମ ମହାରାଷ୍ଟ୍ର’ ଏବଂ ‘ସ୍ୱଛ ଭାରତ ଅଭିଯାନ’ ଭଳି ଅନେକ ଅଭିଯାନରେ ଜଡ଼ିତ ଅଛନ୍ତି ଅକ୍ଷୟ । ଏହା ସହ ସହିଦ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ପାଇଁ ‘ଭାରତ କେ ବୀର୍’ ନାମକ ଏକ ଆପ୍ ଆଣିଛନ୍ତି । ସିନେମା ‘ଟୟଲେଟ୍ – ଏକ ପ୍ରେମ୍ କଥା’ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସ୍ୱଛ ଭାରତ ଅଭିଯାନ ଉପରେ ନିର୍ମିତ । ଏଥିରେ ଅକ୍ଷୟଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଭୁମି ପେଡନେକର୍ ।

ସୌଜନ୍ୟ : ଅମର ଉଜାଲା