ଖିଲାଡ଼ି ତାରକାଙ୍କ ସ୍ଥାନ ନେବେ ରଣବୀର ସିଂ ! ସିଂ ଇଜ୍ କିଙ୍ଗ ସିନେମାର ସିକ୍ୱେଲରେ ନଜର ଆସିବେନି ଅକ୍ଷୟ କୁମାର

31

ସିଙ୍ଗ୍ ଇଜ୍ କିଙ୍ଗର ସିକ୍ୱେଲରେ ନଜର ଆସିବେନି ଖିଲାଡ଼ି ତାରକା ଅକ୍ଷୟ କୁମାର । ଅକ୍ଷୟ କୁମାରଙ୍କ ସ୍ଥାନ ନେବେ ବାଜିରାଓ ରଣବୀର ସିଂ । ସୂତ୍ର ଅନୁସାରେ ଏହି ସିନେମାର ନାମ ଶେର ସିଂ ରଖାଯାଇଛି । ସିନେମାର ନିର୍ଦ୍ଦେଶକ ଶୈଳେନ୍ଦ୍ର ସିଂ ଏହାର ସୂଚନା ଦେଇଛନ୍ତି । ପ୍ରଥମରୁ ଖବର ଆସିଥିଲା ଏହି ସିନେମାର ନାମ ପୁରୁଣା ସିନେମାର ନାମ ଉପରେ ରଖାଯିବ , କିନ୍ତୁ ପରେ ଏହାକୁ ବଦଳାଇ ଦିଆଯାଇଥିଲା । ଏହାର କାରଣ ହେଲା ସିଂ ଇଜ୍ କିଙ୍ଗର ନିର୍ଦ୍ଦେଶକ ବିପୁଲ ଶାହ ଏହି ସିନେମାରୁ ଅଲଗା ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ୨୦୦୮ରେ ଆସିଥିବା ସିନେମା, ସିଙ୍ଗ ଇଜ୍ କିଙ୍ଗ (୨୦୦୮)ରେ ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ୍ ଓ ଓମ ପୁରୀ ପ୍ରମୁଖ ଅଭିନୟ କରିଥିଲେ । ଏହି ସିନେମାରେ ଅକ୍ଷୟ କୁମାର ଜଣେ ସର୍ଦ୍ଦାର ଭୂମିକାରେ ଅଭିନୟ କରିଥିଲେ । ପ୍ରଥମ ସିନେମାରେ କ୍ୟାଟ୍ରିନା କୈଫ୍ ନାୟିକା ଭୂମିକାରେ ଅଭିନୟ କରିଥିଲେ । ତେବେ ଏହି ସିନେମାରେ ରଣବୀରଙ୍କୁ ନଜରରେ ରଖି ନାୟିକା ଚୟନ କରାଯିବ ବୋଲି ଜଣାପଡ଼ିଛି । ତେବେ ଆଗକୁ ଦେଖିବା ପାଇଁ ବାକି ରହିଲା ଅକ୍ଷୟ କୁମାରଙ୍କୁ ବାଜିରାଓ ଟକ୍କର ଦେଇପାରୁଛନ୍ତି କି ନାହିଁ ?