ସହିଦଙ୍କ ପରିବାର ପାଇଁ ଅକ୍ଷୟ କୁମାରଙ୍କ ନୂଆ ପଦକ୍ଷେପ ! ଆରମ୍ଭ କଲେ “ଭାରତର ବୀର ଫଣ୍ଡ’

84

କେବଳ ରିଲ୍ ଲାଇଫରେ ନୁହେଁ ରିୟଲ୍ ଲାଇଫରେ ମଧ୍ୟ ଅକ୍ଷୟ କୁମାର ଜଣେ ସଚ୍ଚା ଦେଶଭକ୍ତ ଓ ହିରୋ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । ଅକ୍ଷୟ କୁମାର ପୁଣି ଆଉ ଏକ ଭଲ କାମରେ ହାତ ଦେଇଛନ୍ତି । ସୂଚନା ଅନୁସାରେ ଅକ୍ଷୟ କୁମାର ନିକଟରେ ସହିଦଙ୍କ ପରିବାର ପାଇଁ ୬.୫୦କୋଟି ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅକ୍ଷୟ କୁମାର ଏନେଇ “ଭାରତର ବୀର ଫଣ୍ଡ’ ନାମକ ଏକ ଫଣ୍ଡ କରିଛନ୍ତି । ଯେଉଁଠି କିଛି ମିନିଟରେ ହିଁ ୬.୫୦ କୋଟି ଟଙ୍କା ଜମା ହୋଇଥିଲା । ଏହି ଫଣ୍ଡରେ ଜମା ହୋଇଥିବା ରାଶି ସହିଦ ପରବାର ଲୋକଙ୍କୁ ହିଁ ଦିଆଯିବ । ଯାହା ଦ୍ୱାରା ତାଙ୍କର ଆର୍ଥିକ ସହାୟତା ହେବ । ଏଥିରୁ ଅକ୍ଷୟଙ୍କ ଦେଶ ପ୍ରେମ ଓ କର୍ତ୍ତବ୍ୟକୁ ପୁରା କରିବାର ଇଚ୍ଛା ସ୍ପଷ୍ଟ ରୂପେ ପ୍ରତିପାଦିତ ହେଉଛି ।

akhsyaଏଥିପାଇଁ ସୋସିଆଲ ମିଡ଼ିଆରେ ଅକ୍ଷୟ କୁମାର ଟ୍ୱିଟ୍ ମଧ୍ୟ କରିଛନ୍ତି । ସେ ଏହି ଫଣ୍ଡରେ ପ୍ରଭାବଶାଳୀ ଲୋକଙ୍କ ସାହାଯ୍ୟ ମାଗିଛନ୍ତି । ଫଟୋ ଶେୟାର କରିବା ସହ ଅକ୍ଷୟ କୁମାର ଫଣ୍ଡରେ ଟଙ୍କା ଜମା କିରବାର ପୁରା ପ୍ରକ୍ରିୟା ମଧ୍ୟ ବତାଇଛନ୍ତି । ଅକ୍ଷୟ କୁମାରଙ୍କ ଏପରି ପଦକ୍ଷେପ ଯୋଗୁଁ ଅନେକ ସହିଦ ପରିବାର ଉପକୃତ ହୋଇପାରିବେ । କେବଳ ସିନେମାରେ ହିରୋଗିରି ଦେଖାଇବା ଅପେକ୍ଷା ପ୍ରକୃତ ଜୀବନରେ ଲୋକଙ୍କ ପାଇଁ କିଛି କରିବା ହିିଁ ପ୍ରକୃତ ହିରୋର ପରିଚୟ । ଯାହା କରୁଛନ୍ତି ଖିଲାଡ଼ି ତାରକା ଅକ୍ଷୟ ।

ସୂଚନାଯୋଗ୍ୟ ଏହା ପ୍ରଥମ ଥର ନୁହେଁ ଯେତେବେଳେ ସହିଦ ପରବାର ପାଇଁ ଅକ୍ଷୟ କୁମାର କିଛି କରିଛନ୍ତି । ଆଗରୁ ମଧ୍ୟ ଖିଲାଡ଼ି ଷ୍ଟାର ଏପରି କିଛି କରି ସାରିଛନ୍ତି । ପୂର୍ବରୁ ସେ ଜଣେ ସହିଦଙ୍କ ପରିବାରକୁ ୯ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରି ସାରିଛନ୍ତି। ଏହାବ୍ୟତୀତ ପୂର୍ବରୁ ଅକ୍ଷୟ ବିଏସଏଫ୍ ଜବାନ ଗୁରନାମଙ୍କ ପରିବାରୁ ମଧ୍ୟ ୯ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ କରିଥିଲେ । ସେହିପରି ଉରୀ ହମଲା ପରେ କିଛି ସେଲିବ୍ରିଟି କେବଳ ଶବ୍ଦରେ ସହିଦଙ୍କ ପରିବାରଙ୍କୁ ଆଶ୍ୱାସନା ଦେଇଥିଲେ । କିନ୍ତୁ ଅକ୍ଷୟ କୁମାର ଉଚ୍ଚାରଣ ନୁହେଁ ଆଚରଣରେ ନିଜର ଦେଶପ୍ରେମ ଜାହିର୍ କରିଥିଲେ । ତେବେ ଅକ୍ଷୟଙ୍କ ଏହି ଅଭିନବ ପଦକ୍ଷେପକୁ ସମେସ୍ତ ସାହାଯ୍ୟ କଲେ ସହିଦ ପରିବାର ଆଉ ଅଧିକ ଉପୃଖତ ହୋଇପାରିବେ ।  ଯାହା ସାଧାରଣ ଜନତା ଉପରେ ମଧ୍ୟ ନିର୍ଭର କରେ ।