ରିଲ୍ ନୁହେଁ ରିୟଲ୍ ହିରୋ ! ସହିଦଙ୍କ ପରିବାରକୁ ଅକ୍ଷୟ ଦେଲେ ୯ ଲକ୍ଷ ଟଙ୍କା

42

କେବଳ ରିଲ୍ ଲାଇଫରେ ନୁହେଁ ରିୟଲ୍ ଲାଇଫରେ ମଧ୍ୟ ଅକ୍ଷୟ କୁମାର ଜଣେ ସଚ୍ଚା ଦେଶଭକ୍ତ ଓ ହିରୋ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । ଜେସଲମେରର ସହିଦ୍ ନରପତ୍ ସିଂଙ୍କ ପରିବାରକୁ ୯ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଖିଲାଡି ବୟ ଅକ୍ଷୟ । କେବଳ ସେତିକି ନୁହେଁ ନରପତଙ୍କ ପତ୍ନୀ ତଥା ତାଙ୍କ ଭାଇଙ୍କ ସହ ଫୋନରେ କଥା ମଧ୍ୟ ହୋଇଛନ୍ତି ସେ । ଏଥିରୁ ଅକ୍ଷୟଙ୍କ ଦେଶ ପ୍ରେମ ଓ କର୍ତ୍ତବ୍ୟକୁ ପୁରା କରିବାର ଇଚ୍ଛା ସ୍ପଷ୍ଟ ରୂପେ ପ୍ରତିପାଦିତ ହେଉଛି ।

ଗତ ସପ୍ତାହରେ ଆସାମରେ ଉଲଫାର ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିକାଣ୍ଡରେ ସହିଦ ହୋଇଥିବା ତିନି ଜଣଙ୍କ ମଧ୍ୟରେ ନରପତ୍ ହେଉଛନ୍ତି ଜଣେ  । ଯିଏ ନିଜ ମୃତ୍ୟୁ ସହ ପଛରେ ଛାଡି ଯାଇଛନ୍ତି ପତ୍ନୀ ଓ ତିନି ଝିଅ । ଆଉ ଏକଥା ଜାଣିବା ପରେ ଆଗେଇ ଆସିଥିଲେ ଖିଲାଡି ବୟ  ।

ଏହା ପୂର୍ବରୁ ଅକ୍ଷୟ ବିଏସଏଫ୍ ଜବାନ ଗୁରନାମଙ୍କ ପରିବାରୁ ମଧ୍ୟ ୯ ଲକ୍ଷ ଟଙ୍କା ଆର୍ଥିକ ସାହାର୍ଯ୍ୟ କରିଥିଲେ । ସେହିପରି ଉରୀ ହମଲା ପରେ କିଛି ସେଲିବ୍ରିଟି କେବଳ ଶବ୍ଦରେ ସହିଦଙ୍କ ପରିବାରଙ୍କୁ ଆଶ୍ୱାସନା ଦେଇଥିଲେ । କିନ୍ତୁ ଅକ୍ଷୟ କୁମାର ଉଚ୍ଚାରଣ ନୁହେଁ ଆଚରଣରେ ନିଜର ଦେଶପ୍ରେମ ଜାହିର୍ କରିଥିଲେ ।