‘ପଦ୍ମାବତ’ ପାଇଁ ଘୁଂଚିଲା ‘ପ୍ୟାଡମ୍ୟାନ’ ରିଲିଜ୍ ତାରିଖ ! ୨୫ରେ ପରଦାକୁ ଆସିବ ପଦ୍ମାବତ, ଫେବୃୟାରୀ ୯ରେ ଆସିବ ପ୍ୟାଡମ୍ୟାନ୍

30

ଆସନ୍ତା ଜାନୁୟାରୀ ୨୫ ତାରିଖରେ ପଦ୍ମାବତ ସହ ରିଲିଜ ହେବ ନାହିଁ ‘ପ୍ୟାଡ ମ୍ୟାନ’ । ସଂଜୟ ଲୀଲା ଭନସାଲିଙ୍କ ସହ ପ୍ରେସକନଫରେନ୍ସ କରି ଏହି ସୂଚନା ଦେଇଛନ୍ତି ଅକ୍ଷୟ କୁମାର । ପ୍ୟାଡମ୍ୟାନର ରିଲିଜ ଫେବୃୟାରୀ ୯ ତାରିଖରେ ହେବ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି । କାରଣ ‘ପଦ୍ମାବତ୍’କୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହି ସିନେମାକୁ ୨୫ ତାରିଖରେ ସାରା ଦେଶରେ ରିଲିଜ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ‘ପଦ୍ମାବତ୍’ କୁ ବିରୋଧ କରୁଥିବା ନେଇ କରଣୀ ସେନା ଫିଲ୍ମ ରିଲିଜ କରାଇ ଦେବ ନାହିଁ ବୋଲି ଚେତାବନୀ ଦେଇଛି ।

ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ‘ଫ୍ୟାଡମ୍ୟାନ’କୁ ନେଇ ଦର୍ଶକ ଖୁବ ଉତ୍ସାହିତ ଥିଲା ବେଳେ ଏହାର ରିଲିଜ ତାରିଖ ବଦଳାଇ ଦିଆଯାଇଛି । ସିନେମା ‘ପଦ୍ମାବତ’ ଓ ‘ଫ୍ୟାଡମ୍ୟାନ’ ଗୋଟେ ତାରିଖରେ ରିଲିଜ ହେବ ହେବାର ଥିଲା । ଏବେ କିନ୍ତୁ ଅକ୍ଷୟ ଫ୍ୟାଡମ୍ୟାନର ରିଲିଜ ତାରିଖ ଘୁଂଚାଇ ଦେଇଛନ୍ତି । ଅନେକ ପ୍ରଶଂସକ କହନ୍ତି, ଅକ୍ଷୟଙ୍କ ଫିଲ୍ମରେ କିଛି ଖାସ ମେସେଜ ରହିଥାଏ ।

ଖବର ଅନୁସାରେ, କିଛି ଦିନ ପୂର୍ବରୁ ସଞ୍ଜୟ ଲୀଲା ଭଂସାଲୀଙ୍କ ଟିମ ‘ପ୍ୟାଡମ୍ୟାନ’ ଟିମକୁ ସାକ୍ଷାତ କରିଥିଲେ । ଉଭୟ ଟିମ ମଧ୍ୟରେ ସିନେମାର ରିଲିଜ ତାରିଖକୁ ନେଇ ଆପୋଷବୁଝାମଣା ହୋଇଥିଲେ । ସେଥି ପାଇଁ ଅକ୍ଷୟ ‘ପ୍ୟାଡମ୍ୟାନ’ ରିଲିଜ ତାରିଖ ଘୁଂଚାଇ ଦେବାପାଇଁ ନିଷ୍ପତ୍ତନେଇଥିଲେ । ଦୁଇଟିଯାକ ସିନେମା ଗୋଟିଏ ତାରିଖରେ ରିଲିଜ ହେଲେ ଡିଷ୍ଟ୍ରିବ୍ୟୁଟରଙ୍କ ପାଇଁ ଅସୁବିଧା ହୋଇଥାଆନ୍ତା ।ଏହା ଡିଷ୍ଟ୍ରିବ୍ୟୁଟିର ପାଇଁ ଏକ ବଡ଼ ଉପହାର କହିଲେ ଚଳିବ । ଏହି ଦୁଇଟି ଫିଲ୍ମ ବଡ ବଜେଟର ଥିଲା । ଯାହା ଫଳରେ ଉଭୟ ଫିଲ୍ମ ଉପରେ ଖୁବ ପ୍ରଭାବ ପକାଇବ କୁହାଯାଉଥିଲା ।