ଜଣେ ଅଭିନେତ୍ରୀଙ୍କ ପାଇଁ ଅକ୍ଷୟ କୁମାର ବଲିଉଡରେ ପାଦ ରଖିଥିଲେ!

26

ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡି ହୋଇସାରିଛି । ସେ ପ୍ରିୟଙ୍କ ଚୋପ୍ରା ହୁଅନ୍ତୁ ବା ରବିନା ଟଣ୍ଡନ୍ । କିନ୍ତୁ ଏହିପରି ଏକ ନାଁ ଅଛି ,ଯାହାଙ୍କ ସହ ଅକ୍ଷୟଙ୍କ ଆଫେୟାର୍ସ ଖୁବ୍ ରହିଥିଲା । କିନ୍ତୁ ବହୁତ କମ୍ ଲୋକ ତାଙ୍କ ବିଷୟରେ ଜାଣନ୍ତି । ତାହେଲେ କିଏ ସେ ଅଭିନେତ୍ରୀ ?

ଅକ୍ଷୟଙ୍କର ଆଫେୟାର୍ସ ପ୍ରିୟଙ୍କା ଚୋପ୍ରାଙ୍କ ଛଡା ଆହୁରି ଅନେକ ଅଭିନେତ୍ରୀଙ୍କ ସହ ରହିଛି । ଏମିତି ଜଣେ ଅଭିନେତ୍ରୀଙ୍କ ସହ ଅକ୍ଷୟଙ୍କ ସଂପର୍କ ଥିଲା ଯିଏ ଫେମିନା ମିସ୍ ଇଣ୍ଡିଅ। ଇଣ୍ଟରନ୍ୟାଶନାଲ ରହିସାରିଛନ୍ତି । ସେ ହେଉଛନ୍ତି ଅଭିନେତ୍ରୀ ପୂଜା ବତ୍ରା । କୁହାଯାଏ କି ଅକ୍ଷୟ ଏହି ସବୁ ଅଭିନେତ୍ରୀଙ୍କ ପୂର୍ବରୁ ପୂଜାଙ୍କ ସହ ଡେଟିଂ କରୁଥିଲେ ।

ମିଡିଆ ଖବର ଅନୁସାରେ, ଅକ୍ଷୟଙ୍କୁ ପୂଜାଙ୍କ କାରଣରୁ ବଲିଉଡରେ ପ୍ରବେଶ ହୋଇଥିଲା । କୁହାଯାଏ ଯେତେବେଳେ ଅକ୍ଷୟ ପୂଜାଙ୍କ ସହ ଡେଟ୍ କରୁଥିଲେ , ଏହି ସମୟରେ ପୂଜା ମଡେଲିଂ କରୁଥିଲେ ଏବଂ ଅକ୍ଷୟଙ୍କୁ ସେତେବେଳେ ଯାଏ ବଲିଉଡରେ ଏଣ୍ଟ୍ରି ମିଳିନଥିଲା । ଅକ୍ଷୟ , ପୂଜାଙ୍କ ସହ ବଲିଉଡର ପାର୍ଟିଗୁଡିକୁ ଯାଉଥିଲେ । ଏହା ପରେ ଅକ୍ଷୟଙ୍କୁ ବଡିଉଡରେ ଏଣ୍ଟ୍ରି ମିଳିଥିଲା । ଅକ୍ଷୟଙ୍କୁ ପରେ ବଲିଉଡରେ ସଫଳତା ମିଳିଲା । ଦୁହେଁ ଦୁହିଁଙ୍କ ଠାରୁ ଦୂରେଇ ଯାଇଥିଲେ ।

ପୂଜାଙ୍କ ପରେ ଅକ୍ଷୟଙ୍କ ନାଁ ଅନେକ ବଲିଉଡ ଅଭିନେତ୍ରୀଙ୍କ ସହ ଯୋଡି ହୋଇଥିଲା । ପରେ ଅକ୍ଷୟଙ୍କ ଜୀବନରେ ଅଭିନେତ୍ରୀ ଟ୍ୱିଙ୍କିଲ୍ ଖାନ୍ନା ଆସିଥିଲେ । ୨୦୦୧ରେ ଅକ୍ଷୟ ତାଙ୍କୁ ବିବାହ କରିଥିଲେ । ୨୦୦୨ରେ ପୂଜା ଆର୍ଥୋପିଡିଶନ ସର୍ଜନ ଡାକ୍ତର ସୋନୁ ଆହଲୁୱାଲିଆଙ୍କୁ ବିବାହ କରିଥିଲେ । (ସୈାଜନ୍ୟ- ଆଜତକ୍)