ଅକ୍ଷୟଙ୍କ ବଦାନ୍ୟତା ! ଗଣବିବାହରେ ୧୦୦ କନ୍ୟାଙ୍କ ଆକାଉଣ୍ଟକୁ ୧ କୋଟି ଟଙ୍କା ପଠାଇଲେ ଖିଲାଡି କୁମାର ।

343

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ସମାଜ ସେବାରେ ଖୁବ୍ ବିଶ୍ୱାସ ରଖନ୍ତି । କିଛି ଦିନ ତଳେ ପୁଲଓ୍ଵାମାରେ ସହିଦ୍ ହୋଇଥିବା ୪୦ଜଣ ଯବାନଙ୍କ ପରିବାରକୁ ୫ କୋଟି ଟଙ୍କା ଦାନ କରି ସେ ଏହା ପ୍ରମାଣ କରିଥିଲେ । ଏବେ ପୁଣି ସେ ଏକ ସାମୂହିକ ବିବାହରେ ୧୦୦ଜଣ କନ୍ୟାଙ୍କୁ ଉପହାରରେ ଏକ କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି । କିଛି ଦିନ ତଳେ ଗରିବ ଲୋକଙ୍କ ପାଇଁ ସାମୂହିକ ବିବାହର ଆୟୋଜନ କରାଯାଇଥିଲା । ଏହି ବିବାହରେ ୧୦୦ଜଣ କନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କ ଆର୍ଥିକ ପରିସ୍ଥିତିକୁ ଦେଖି ଅକ୍ଷୟ କୁମାର ସେମାନଙ୍କୁ ୧କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି । ପ୍ରତି ନବବଧୂଙ୍କ ଆକାଉଣ୍ଟକୁ ଅକ୍ଷୟ କୁମାର ଏକ ଲକ୍ଷ ଟଙ୍କା ପଠାଇଥିବା ସୂଚନା ମିଳିଛି ।

ଏଭଳି କରିବା ପଛର କାରଣ ଜଣାଇବାକୁ ଯାଇ, “ ମୁଁ ଚାହେଁନି କି, ବୈବାହିକ ଜୀବନ ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ କୌଣସି ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ୁ । ସେଥିପାଇଁ ମୁଁ ପ୍ରତି ନବବଧୂଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏକ ଲକ୍ଷ ଟଙ୍କା ପଠାଇଛି” ବୋଲି କହିଛନ୍ତି ଅକ୍ଷୟ ।