ଏନଆଇଏ ମୁଖ୍ୟାଳୟରେ ହାଜର ହେବା ପାଇଁ ଆଜି ଦିଲ୍ଲୀ ଯିବେ ଅଖତାର ଖାନ୍ ! ଆତଙ୍କବାଦୀଙ୍କ ସହ ଲିଙ୍କ୍ ସନ୍ଦେହରେ ହୋଇଥିଲେ ଜେରା

35

କନକ ବ୍ୟୁରୋ : ଏନଆଇଏ ମୁଖ୍ୟାଳୟରେ ହାଜର ହେବା ପାଇଁ ଆଜି ଦିଲ୍ଲୀ ଯିବେ ନେମାଳର ଅଖତାର ହୁସେନ୍ ଖାନ୍ । ଆତଙ୍କବାଦୀଙ୍କ ସହ ଲିଙ୍କ୍ ସନ୍ଦେହରେ ଦୁଇ ଦିନ ତଳେ ଅଖତାରଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା ଏନ୍ଆଇଏ ଟିମ୍ । ଏନ୍ଆଇଏ ଟିମ୍ ଜେରା ପରେ ଛାଡ଼ି ଦେବା ପରେ ଆସନ୍ତା ୪ ତାରିଖରେ ଦିଲ୍ଲୀରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏପଟେ ଗତକାଲି ଏକ ସ୍ପେଶାଲ ବ୍ରାଂଚର ଏକ ଟିମ୍ ଅଖତାରଙ୍କ ଘରେ ପହଂଚି ଦତନ୍ତ କରିଥିଲା । ପାକିସ୍ତାନର ଜଣେ ନାଗରିକ ସହ କଥା ହେବାକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ଅଖତାର୍ । ଯିଏ ପୁର୍ବରୁ ସାଉଦି ଆରବିଆରେ କାମ କରୁଥିଲେ । ଆଉ ଗୁଇନ୍ଦା ସୂଚନା ଆଧାରରେ ଅଖତାରଙ୍କ ଘରେ ରୋଡ୍ କରିଥିଲା ଏନ୍ଆଇଏ ଟିମ୍ ।