ଆଜି ଦିଲ୍ଲୀରେ ଏନଆଇରେ ହାଜର ହେବ ଅଖତାର ହୁସେନ ! ଆତଙ୍କବାଦୀ ସନ୍ଦେହରେ ତଦନ୍ତକାରୀ ସଂସ୍ଥା କରିଥିଲା ପଚରାଉଚରା

21

କନକ ବ୍ୟୁରୋ : ଆଜି ଏନଆଇଏ ମୁଖ୍ୟାଳୟରେ ହାଜର ହେବେ ଅଖତାର ହୁସେନ୍ ଖାନ୍ । ଏନଆଇଏର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବେ ଅଖତାର । ଆଜି ତାଙ୍କୁ ପଚରା ଉଚରା କରିବ ଜାତୀୟ ତଦନ୍ତକାରୀ ସଂସ୍ଥା । ଆତଙ୍କବାଦୀଙ୍କ ସହ ଲିଙ୍କ୍ ସନ୍ଦେହରେ ଗତ ନଭେମ୍ବର ୨୯ ତାରିଖରେ ପଚରା ଉଚରା କରିଥିଲା ଏନଆଇଏ । ଅଖତାରଙ୍କୁ ଦୀର୍ଘ ୪ଘଂଟା ଧରି ମାରାଥନ ଜେରା କରିଥିଲେ ୬ଜଣ ଏନଆଇଏ ଅଧିକାରୀ । ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ସନ୍ଦେହରେ ତାଙ୍କୁ ପଚରାଉଚରା କରାଯାଇଥିଲା । ଆଜି ଏହା ପରେ ଆଜି ୧୧ଟା ସୁଦ୍ଧା ଦିଲ୍ଲୀ ମୁଖ୍ୟାଳୟରେ ହାଜର ପାଇଁ ଅଖତାରଙ୍କୁ ନିର୍ଦ୍ଦେଶ ଦେଇଥିଲା ଏନଆଇଏ । କଟକ କିଶନନଗର ସାମନ୍ତରାପୁର ବସ୍ତିରେ ରହୁଥିବା ଅଖତାର ଖାନଙ୍କୁ ଠାବ କରିବା ପାଇଁ କଟତରେ ପହଂଚିଥିଲା ଏନଆଇଏ । ସାଉଦି ଆରବରେ କାମ କରିିବା ସମୟରେ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ ସହ ବନ୍ଧୁତା ଯୋଗୁ ଏନଆଇଏ ତାଙ୍କୁ ସନ୍ଦେହ କରୁଥିବା ଅଖତାର କହିଛନ୍ତି ।