ଉତ୍ତରପ୍ରଦେଶରେ ସପା ଓ କଂଗ୍ରେସ ଏକାଠି ନିର୍ବାଚନ ଲଢିବା ସୂଚନା ! ସମାଜବାଦୀ ପାର୍ଟିର ନିର୍ବାଚନ ଇସ୍ତାହାର ପ୍ରକାଶ କଲେ ଅଖିଳେଶ

32

କନକ ବ୍ୟୁରୋ : ଦୁଇ ଦିନ ଧରି ଅଙ୍କକଷା ପରେ ୟୁପିରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମେଂଟ ନିର୍ବାଚନ ଲଢିବା ପାଇଁ ରାଜି ହୋଇଥିବା ଏକ ସୂତ୍ରରୁ ସୂଚନା ମିଳିଛି । ୧୦୫ ଆସନରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢିବେ ବୋଲି ଦୁଇ ଦଳ ମଧ୍ୟରେ ବୁଝାମଣା ହୋଇଥିବା ସୂଚନା ମିଳିଛି । ପୂର୍ବରୁ ୧୧୦ଟି ଆସନ ପାଇଁ ଦଳ ଦାବି କରିଥିଲା । ତେବେ ଅଖିଳେଶ ୯୯ରୁ ଅଧିକ ସିଟ୍ କଂଗ୍ରେସକୁ ଦେବା ଲାଗି ରାଜି ହୋଇନଥିଲେ । ଗତକାଲି ରାତିରେ ଦୁଇ ଦଳର ନେତାଙ୍କ ମଧ୍ୟରେ ଏ ନେଇ ତୁହାକୁ ତୁହା ଆଲୋଚନା ହେବା ପରେ ବୁଝାମଣା ହୋଇଥିବା ଜଣାପଡିଛି ।

ଆଜି ସମାଜବାଦୀ ପାର୍ଟି ତା’ର ଇସ୍ତାହାର ପ୍ରକାଶ କରିଛି । ଦଳୀୟ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ତାଙ୍କ ବାପା ମୁଲାୟମ ସିଂହ ଯାଦବଙ୍କ ମିଳିତ ଫଟୋ ରହିଥିବା ଦେଖିବାକୁ ମିଳିଛି । ପରିବାର ବିବାଦକୁ ପଛରେ ପକାଇ ଦୁଇ ନେତା ଏକାଠି ହୋଇଥିବା ନେଇ କର୍ମୀଙ୍କୁ ବାର୍ତ୍ତା ଦିଆଯାଇଛି । ହେଲେ ଇସ୍ତାହାର ପ୍ରକାଶ ସମାରୋହରେ ମୁଲାୟମଙ୍କୁ ଦେଖିବାକୁ ମିଳିନଥିଲା । ମୁଲାୟମଙ୍କ ଅନୁପସ୍ଥିତି ଦଳୀୟ କନ୍ଦଳକୁ କେଉଁ ରୂପ ଦେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି ।