ବାପା ମୁଲାୟମ ସିଂହ ଯାଦବଙ୍କ ଆଜମଗଡ଼ ଆସନରୁ ନିର୍ବାଚନ ଲଢ଼ିବେ ଅଖିଳେଶ ଯାଦବ

97

ଏପ୍ରିଲ୍-ମେ ମାସରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜମଗଡ଼ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସମ୍ପ୍ରତି ଆଜମଗଡ଼ର ସାଂସଦ ଅଛନ୍ତି ଅଖିଳେଶଙ୍କ ବାପା ମୁଲାୟମ୍ ସିଂହ ଯାଦବ। ରବିବାର ଦିନ ଦଳ ତା’ର ଟୁଇଟରରେ ପ୍ରକାଶ କରିଥିବା ୨ଜଣିଆ ପ୍ରାର୍ଥୀ ତାଲିକାରେ ଏକଥା ଜଣାପଡ଼ିଛି। ରାମପୁର ଆସନରୁ ଦଳ ଆଜମ୍ ଖାନଙ୍କୁ ପ୍ରାର୍ଥୀ କରାଇଥିବା କଥା ଟ୍ୱିଟରରେ ଉଲ୍ଲେଖ ରହିଛି।

ମୁଲାୟମ୍ ସିଂହ ଯାଦବ ଆଉ ତାଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ହେଉଥିବା କଳ୍ପନାଜଳ୍ପନାର ଏବେ ପରିସମାପ୍ତି ହୋଇଛି। ଆସନ୍ତା ନିର୍ବାଚନ ପାଇଁ ଅଖିଳେଶ କନ୍ନୌଜରୁ ଲଢ଼ିବେ ବୋଲି ଯାହା ଆଶା କରାଯାଉଥିଲା ତା’ର ମଧ୍ୟ ଅବସାନ ଘଟିଛି। ଏବେ କନ୍ନୌଜର ସାଂସଦ ଅଛନ୍ତି ଅଖିଳେଶଙ୍କ ପତ୍ନୀ ଡିମ୍ପଲ୍। ମାର୍ଚ୍ଚ ୮ ତାରିଖରେ ପ୍ରକାଶିତ ପ୍ରାର୍ଥୀ ତାଲିକାରେ ଦଳ ଡିମ୍ପଲଙ୍କ ନାମ ମଧ୍ୟ ରଖିଛି। ଅଖିଳେଶ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଆଜମଗଡ଼ ଆସନରୁ ସମାଜବାଦୀ ପାର୍ଟି ସହଜରେ ନିର୍ବାଚନ ଜିଣିପାରେ।