ସରକାରୀ ଘର ଖାଲି କରିବା ପରେ ଇଟାଲୀ ଟାଇଲ୍ସ ଓ ସୁଇଚ ବୋର୍ଡ଼ ତାଡ଼ି ନେଇଗଲେ ମୁଖ୍ୟମନ୍ତ୍ରୀ ! ଘରର ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

53

ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପୁରଣା ସରକାରୀ ବଙ୍ଗଳାର ଫଟୋ ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରାଲ ହେଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନେ ଏବେ ସରକାରୀ ବାସଭବନ ଖାଲି କରୁଛନ୍ତି । ଏହି କ୍ରମରେ ଅଖିଳେଶ ମଧ୍ୟ ନିଜର ସରକାରୀ ବଙ୍ଗଳା ଖାଲି କରିଛନ୍ତି । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଖାଲି କରିଥିବା ସରକାରୀ ବଙ୍ଗଳାର ଅବସ୍ଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ବଙ୍ଗଳାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଅଖିଳେଶ ଘର ଛାଡ଼ିବା ପରେ ଏହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଅଭିଯୋଗ ଅନୁଯାୟୀ, ଅଖିଳେଶ ଯାଦବ ରହୁଥିବା ସରକାରୀ ବଙ୍ଗଳାର ଚାକ୍ୟଚକ୍ୟକୁ ପୂରା ଦୁନିଆ ସାମ୍ନାରୁ ଲୁଚାଇବା ପାଇଁ ଅଖିଳେଶ ଏଭଳି ଭଙ୍ଗାରୁଜା କରିଥିବା ଯୋଗୀ ସରକାରଙ୍କ ମନ୍ତ୍ରୀ ଅଭିଯୋଗ କରିଛନ୍ତି ।

କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଅଖିଳେଶ ସରକାରୀ ବଙ୍ଗଳାରେ ଏମିତି କଣ ଲଗାଇଥିଲେ ଯେ ଘର ଖାଲି କରିବା ସମୟରେ ସବୁକିଛି ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ବଙ୍ଗଳାର ଛାତ ଠାରୁ ଆରମ୍ଭ କରି ବ୍ୟାଟମିଣ୍ଟନ କୋର୍ଟ ପର୍ଯ୍ୟନ୍ତ ସବୁକିଛି ଭାଙ୍ଗିରୁଜି ଚୁରମାର ହୋଇ ଯାଇଥିଲା । ଏପରିକି ଘରର ଚଟାଣରେ ଲାଗି ରହିଥିବା ଇଟାଲିୟନ ଟାଇଲ୍ସକୁ ମଧ୍ୟ ଖୋଳି ନିଆଯାଇଥିବାର ଦେଖିବାକୁ ମିଳିଛି । ସମସ୍ତ ସ୍ୱିଚ ବୋର୍ଡ଼ ସହ ବିଦ୍ୟୁତ ସଂଯୋଗକୁ ମଧ୍ୟ କାଢ଼ି ନିଆଯାଇଛି । ପ୍ରତି ରୁମରେ ଭଙ୍ଗାରୁଜା ହୋଇଛି । ଏସି ଠାରୁ ଆରମ୍ଭ କରି ସ୍ୱିଚ୍ ବୋର୍ଡ଼ ପର୍ଯ୍ୟନ୍ତ ସବୁକିଛି ଗାଏବ ହୋଇଯାଇଛି । କୁହାଯାଉଛି ଅଖିଳେଶ ରହୁଥିବା ବଙ୍ଗଳାରେ ପ୍ରାୟତଃ ୧୦୦ଟି ଏସି ଲଗାଯାଇଥିଲା । ତେଣୁ ଅଖିଳେଶଙ୍କ ଏଭଳି ବିଳାସପୂର୍ଣ୍ଣ ଜୀବନଶୈଳୀ ବିଷୟରେ ଯେପରି କେହି ନ ଜାଣନ୍ତୁ ତେଣୁ ଏସବୁକୁ କାଢ଼ି ନିଆଯାଇଛି ବୋଲି ଯୋଗୀଙ୍କ ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବ ମୁଖ୍ୟମନ୍ତ୍ରୀ ମାନେ ଯେପରିକି କଲ୍ୟାଣ ସିଂହ, ମାୟାବତୀ, ରାଜନାଥ ସିଂହ ସରକାରୀ ବଙ୍ଗଳା ଛାଡ଼ିଥିଲେ । କିନ୍ତୁ ସେମାନଙ୍କ ବଙ୍ଗଳାର ଏମିତି ସ୍ଥିତି ଦେଖିବାକୁ ମିଳିନଥିଲା । ତେବେ ଅଖିଳେଶ ଯାଦବ ଘର ଛାଡ଼ିବା ପରେ ବଙ୍ଗଳାର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉତ୍ତର ପ୍ରଦେଶର ପରିବହନ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହଙ୍କ ଅଭିଯୋଗ ଅନୁଯାୟୀ, ଅଖିଳେଶ ଏହି ଘରେ ରହୁଥିବା ବେଳେ ବ୍ୟବହାର ପାଇଁ ମହଙ୍ଗା ଜିନିଷ, ୧୦୦ରୁ ଅଧିକ ଏସି ଓ ଇଟାଲି ଟାଇଲ୍ସ ଲଗାଯାଇଥିଲା । କିନ୍ତୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଆସିବା ପରେ ଲୋକଙ୍କ ନଜରରୁ ଏସବୁକୁ ଲୁଚାଇବା ପାଇଁ ବଙ୍ଗଳାର ଚଙ୍କାଣ ଓ ସ୍ୱିଚ ବୋର୍ଡ଼କୁ ଖୋଳି ଦିଆଯାଇଛି ଓ ସମସ୍ତ ପ୍ରକାର ଟାଇଲ୍ସକୁ ବାହାର କରି ଦିଆଯାଇଛି । ତେବେ ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି, ଅଖିଳେଶଙ୍କୁ ବଦନାମ କରିବାକୁ ଏଭଳି କରାଯାଇଛି । ବଙ୍ଗଳାର ଏଭଳି ଅବସ୍ଥା ଅଖିଳେଶ ଘର ଖାଲି କରି ଅଫିସରଙ୍କୁ ଚାବି ଦେବା ପରେ ହୋଇଛି ।