ସରିଲା ସୁପ୍ରିମକୋର୍ଟ ଦେଇଥିବା ସମୟ ଅବଧି !  ପୁଅ ଅଖିଲେଶ ସହିତ ମୁଲାୟମ ସିଂ ଯାଦବ ଛାଡିଲେ ଘର ।

3

ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀମାନେ ସରକାରୀ ବଙ୍ଗଳା ଛାଡିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ସନ୍ଧ୍ୟାରେ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂ ଯାଦବ ଦୀର୍ଘ ଦିନ ଧରି ରହିଆସୁଥିବା ସରକାରୀ ବାସଭବନକୁ ଛାଡି ଅନ୍ୟ ସ୍ଥାନକୁ ସିଫ୍ଟ ହୋଇଛନ୍ତି । ସେହିଭଳି ମୁଲାୟମଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ମଧ୍ୟ ତାଙ୍କ ସରକାରୀ ବାସଭବନକୁ ଛାଡି ଅନ୍ୟ ସ୍ଥାନକୁ ସିଫ୍ଟ କରିଛନ୍ତି ।

ସରକାରୀ ଘର ଖାଲି କରିବା ପୂର୍ବରୁ ଅଖିଳେଶ ଯାଦବ ତାଙ୍କ ବ୍ୟାୟାମ ସାମଗ୍ରୀ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବିଦେଶୀ ଗଛ ସହ ସରକାରୀ ବାସଭବନରେ ଲଗାଇଥିବା ଦାମୀ ଜିନିଷକୁ ମଧ୍ୟ କାଢ଼ି ନେଇଛନ୍ତି । ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନଙ୍କୁ ଘର ଖାଲି କରିବା ପାଇଁ ୧୫ ଦିନର ସମୟ ଦେଇଥିଲେ । ତେବେ ଉଭୟ ବାପା, ପୁଅ ଗଲ୍ଫ ସିଟିରେ ଏକ ବିଳାସପୂର୍ଣ୍ଣ ମହଲରେ ରହିବେ ବୋଲି ଜଣାପଡିଛି । ତେବେ ଲକ୍ଷ୍ନୌ ସରକାରୀ ବାସଭବନ ଖାଲି କରିବା ଉପରେ ଅଖିଳେଶ ପ୍ରତିକ୍ରିୟା ଦେଇଥିଲେ ଯେ, ଆମେ ସରକାରୀ ଘର ଖାଲି କରିଦେବୁ କିନ୍ତୁ କିଛି ସମୟ ଆମକୁ ଦରକାର । କାରଣ ଆମ ପାଖରେ ମାତ୍ର ଗୋଟିଏ ଘର ଅଛି ଆଉ ଗୋଟିଏ ତିଆରି କରିବା ପାଇଁ ସମୟ ଲାଗିବ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ୍ନୌର ଭିଆଇପି ଗେଷ୍ଟ ହାଉସ ଠାରେ ଅଖିଳେଶ ଯାଦବ ଏବଂ ଡିମ୍ପଲ ଯାଦବଙ୍କ ନାଁରେ ଏକ ରୁମ ବୁକ ଅଛି । ଅନ୍ୟପଟେ ମୁଲାୟମ ସିଂ ଯାଦବ ଲକ୍ଷ୍ନୌ ଗଲ୍ଫ ସିଟିରେ ଏକ ବିଳାଶ ପୂର୍ଣ୍ଣ ବଙ୍ଗଳା ନିର୍ମାଣ କରୁଥିବା ଜଣାପଡିଛି । ତେବେ ଗତ ୭ ତାରିଖ ଦିନ ସୁପ୍ରିମକୋର୍ଟ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳାକୁ  ତୁରନ୍ତ ଖାଲି କରାଯିବା ନେଇ ନିର୍ଦ୍ଦେଶ ଦେଇଥିଲେ । ୨ ମାସ ମଧ୍ୟରେ ୧୭ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପାଳନ କରିବା ପାଇଁ କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ଯାଦବ ସରକାରୀ ବାସଭବନକୁ ଖାଲି କରିଥିବା ଜଣାପଡିଛି ।

Comments are closed.