ସମାଜବାଦୀ ପାର୍ଟି ନେତୃତ୍ୱ ବିବାଦ : ଇଲେକ୍ସନ କମିଶନଙ୍କୁ ଭେଟି ପକ୍ଷ ରଖିଲେ ଅଖିଳେଶ ଗୋଷ୍ଠୀ

48

କନକ ବ୍ୟୁରୋ : ସମାଜବାଦୀ ପାର୍ଟିରେ କୌଣସି ବୁଝାମଣା ହେବାର ନାହିଁ । ଏହି ସୂଚନା ଦେଇଛନ୍ତି ଅଖିଳେଶଙ୍କ ଦାଦା ତଥା ଦଳର ସାଧାରଣ ସଂପାଦକ ରାମଗୋପାଳ ଯାଦବ । ସେ କହିଛନ୍ତି ଯେ ଅଖିଳେଶ ହିଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବେ । ତେବେ ନିର୍ବାଚନୀ ଚିହ୍ନ ସଂପର୍କରେ ନିର୍ବାଚନ କିମଶନ ହିଁ ନିଷ୍ପତି ନେବେ ବୋଲି କହିଛନ୍ତି ରାମଗୋପାଳ ।

ଲକ୍ଷ୍ନୈା ସ୍ଥିତ ବାସଭବନରେ ମୁଲାୟମ ଓ ଅଖିଳେଶଙ୍କ ବୈଠକ ହୋଇଛି । ଏଥିରେ ବାପ-ପୁଅଙ୍କ ମଧ୍ୟରେ କଥାବାର୍ତା ପରେ ବି କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ସେପଟେ ଅଖିଳେଶଙ୍କ ନେତୃତ୍ୱରେ ହିଁ ଦଳ ନିର୍ବାଚନ ଲଢିବ ବୋଲି କହିଛନ୍ତି ରାମଗୋପାଳ ଯାଦବ ।