ଜାତୀୟ ତଦନ୍ତକାରୀ ସଂସ୍ଥା ବିରୋଧରେ ଆଇନଗତ ଲଢ଼େଇ ଲଢ଼ିବେ ଅଖତାର ହୁସେନ୍

39

କନକ ବ୍ୟୁରୋ : ଜାତୀୟ ତଦନ୍ତକାରୀ ସଂସ୍ଥା ବିରୋଧରେ ଆଇନଗତ ଲଢ଼େଇ ଲଢ଼ିବେ ଅଖତାର ହୁସେନ୍ । ଅଖତାର କହିଛନ୍ତି ବିନା କାରଣରେ ତାଙ୍କୁ ଯେଭଳି ଏନଆଇଏ ଜେରା କଲା ଏହା ଦ୍ୱାରା ତାଙ୍କର ସମ୍ମାନ ହାନି ଘଟିଛି । ଏପରିକି ତାଙ୍କୁ କିଶନନଗରରେ ସାମାଜିକ ବାସନ୍ଦ କରିବା ପାଇଁ ଯୋଜନା କରାଯାଉଛି ବୋଲି ଅଖତାର କହିଛନ୍ତି ।

ସେପଟେ ଅଖତାରଙ୍କ ଏହି ଲଢ଼େଇରେ ସହାୟତା କରିବାକୁ ଆଗେଇ ଆସିଛି ସମତା ମଂଚ । ଗତ ମାସରେ ଅଖତାର ହୁସେନଙ୍କ ଭଡାଘରେ ଚଢ଼ଉ କରିଥିଲା ଏନଆଇଏ । ଦେଶଦ୍ରୋହ କାର୍ଯ୍ୟରେ ସମ୍ପୃକ୍ତି ଥିବା ସନ୍ଦେହରେ ଦୀର୍ଘ ସମୟ ଧରି ଜେରା କରିଥିଲା । ଏବଂ ୪ ତାରିଖରେ ଦିଲ୍ଲୀର ଏନଆଇଏର ମୁଖ୍ୟ କାର୍ଯ୍ୟାଳୟକୁ ଡାକି ଜେରା କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ହେଲେ ସେ ନିର୍ଦ୍ଦୋଷ ବୋଲି ଜାଣିବା ପରେ ଅଖତାରଙ୍କୁ ଛାଡିଦେଇଛି ଏନଆଇଏ ।