ହରିଆଣାରେ ଲାଇନଚ୍ୟୁତ ହେଲା ଅକବର ! କୋଡିଏରୁ ଅଧିକ ବଲିଉଡ ଫିଲ୍ମରେ ବ୍ୟବହୃତ ହୋଇଥିଲା ଟ୍ରେନ

30

କନକ ବ୍ୟୁରୋ : କାମ କଲାନି ଟ୍ରେନର ବ୍ରେକ । ପାଖାପାଖି ୨ କିମି ଯାଏଁ ଟ୍ରେନ ଗଡିବା ପରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ହରିଆଣାର ରେବାଡୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ପୁଣି ରେଳଧାରଣାରୁ ଲାଇନଚ୍ୟୁତ ହୋଇଛି ୬୫ ବର୍ଷର ପୁରୁଣା ଷ୍ଟିମ ଇଂଜିନ ଅକବର । ରେବାଡୀ ଷ୍ଟେସନରେ ମରାମତି କାର୍ଯ୍ୟ ଚାଲୁଥିବାବେଳେ ଏହି ଟ୍ରେନ ଧାରଣାରୁ ତଳକୁ ଖସିଯାଇଥିଲା । ରେଳ ବିଭାଗର ସୂଚନା ଅନୁଯାୟୀ ବ୍ରେକ ଲିଭର ଜାମ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏଥିରେ କେହି ମୃତାହତ ହୋଇନାହାଁନ୍ତି । ଅକବରର ଇଂଜିନରେ ଯାଂଚ ହେଉଥିବାବେଳେ ହଠାତ୍ ଇଂଜିନ ଗଡିବାକୁ ଆରମ୍ଭ କରିଥିଲା । ଇଂଜିନରେ ଥିବା ୨ଜଣ ଡ୍ରାଇଭର ଜୀବନ ବଂଚାଇବାକୁ ଟ୍ରେନରୁ ଡେଇଁ ପଡିଥିଲେ । ଏହି ଟ୍ରେନ ୬୫ ବର୍ଷ ପୁରୁଣା ହୋଇଥିବବେଳେ ୨୦ରୁ ଅଧିକ ବଲିଉଡ ଫିଲ୍ମରେ ଏହାର ବ୍ୟବହାର କରାଯାଇଥିଲା