ଆଗେ ଅଭିନେତା ପଛରେ ନେତା!

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ ପ୍ରଥମେ ନେତା ନା ଅଭିନେତା । ଲୋକପ୍ରତିନିଧିଙ୍କ ପ୍ରଥମ କାମ କଣ । ସାଧାରଣ ଲୋକଙ୍କ ସମସ୍ୟା ନା ମନୋରଂଜନ । ଏ ପ୍ରଶ୍ନ ଅଭିନେତାରୁ ନେତା ପାଲଟିଥିବା ଅକାଶ ଦାସନାୟକଙ୍କ ପାଇଁ । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉଠିଛି ପ୍ରଶ୍ନ । ଗୋଟିଏ ପଟେ ଚାଲିଥିଲା ବିଧାନସଭା । ଆଉ ଅନ୍ୟପଟେ ୟୁନିଟ୍-୧ର ଏକ ସପିଂ ମଲରେ ସୁଟିଂରେ ବ୍ୟସ୍ତ ଥିଲେ ଅଭିନେତା ତଥା ବିଧାୟକ ଅକାଶ ଦାସ ନାୟକ । ଗୋଟିଏ ପଟେ ବିଧାନସଭା ଯେଉଁଠି ଗୋଟିଏ ଦିନ ସୁରୁଖୁରୁରେ ଚାଲିବା ପାଇଁ ଚାଲିଛି କସରତ୍ । ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଛନ୍ତି ଏସଟି ଏସସି ବିଧାୟକ । ପ୍ରବଳ ହଟ୍ଟଗୋଳ କରୁଛନ୍ତି । ଆଉ ଅନ୍ୟପଟେ ସୁଟିଂରେ ବ୍ୟସ୍ତ ଅଛନ୍ତି ବିଧାୟକ । ଲାଇଟ୍, କ୍ୟାମେରା ସାଙ୍ଗକୁ ପୁରା ଟିମ୍ ସହ ଚାଲିଛି ଫିଲ୍ମର ସୁଟିଂ । ଆକାଶ ଦାସ ନାୟକଙ୍କୁ ଯେବେ ଆମ କ୍ୟାମେରା ପ୍ରଶ୍ନ କରିଥିଲା ସେ କହିଥିଲେ, ଗୃହ ମୁଲତବୀ ପରେ ସେ ସୁଟିଂ କରୁଛନ୍ତି । ତେବେ ଆଜି ଆକାଶ ବିଧାନସଭାକୁ ଜମା ଆସିନଥିବା ଚର୍ଚା ହେଉଛି । ସୁଟିଂ ପାଇଁ ବିଧାନସଭା ବାତିଲ୍ କରିଦେଇଥିଲେ ଅଭିନେତାରୁ ନେତା ପାଲଟିଥିବା ଏହି ବିଧାୟକ ।