କଟକବାସୀଙ୍କୁ ଧନ୍ୟବାଦ ଦେଲେ ଭାଷ୍ୟକାର ଆକାଶ ଚୋପ୍ରା ! ଫେସବୁକରେ ପୋଷ୍ଟ କଲେ ବାରବାଟୀର ଫଟୋ

73

କନକ ବ୍ୟୁରୋ : ଗତକାଲି ବାରବାଟୀ ଟି-୨୦ ଟିମ୍ ଇଣ୍ଡିଆ ପାଇଁ ଯେତିକି ସ୍ମରଣୀୟ ଭାଷ୍ୟକାର ଆକାଶ ଚୋପ୍ରାଙ୍କ ପାଇଁ ମଧ୍ୟ ସେତିକି ସ୍ମରଣୀୟ । ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୯୩ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ଏକ ନୂଆ ରେକର୍ଡ କରିଛନ୍ତି । ଗୋଟିଏ ପଟେ ପଡିଆରେ ଯୁବ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ କମେଣ୍ଟ୍ରି ବକ୍ସରେ ଜଲୱା ଦେଖାଇଥିଲେ ଭାରତର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା । ବିରେନ୍ଦ୍ର ସେହୱାଗ, ମୁରଲୀ କାର୍ତ୍ତିକଙ୍କ ସହ ଭାଷ୍ୟକାର ଦାୟିତ୍ୱ ତୁଲାଉଥିବା ଆକାଶ ଚୋପ୍ରାଙ୍କୁ ନେଇ ବାରବାଟୀରେ ଦେଖାଦେଇଥିଲା ଜବରଦସ୍ତ କ୍ରେଜ ।

FB_IMG_15138612522436287ଭାରତୀୟ ଦଳର ଏହି ପୂର୍ବତନ ଖେଳାଳି ଏବେ ଷ୍ଟାରସ୍ପୋର୍ଟସ ତରଫରୁ ଭାଷ୍ୟକାରର ଦାୟିତ୍ୱ ତୁଲାଉଛନ୍ତି । ତେବେ ମ୍ୟାଚ ଆରମ୍ଭ ହେବା ପରେ କିଛି ଦର୍ଶକ ଆକାଶଙ୍କ ଉଦ୍ଦେଶ୍ୟରେ କିଛି ପ୍ଲା କାର୍ଡ ପ୍ରଦର୍ଶନ କରିଥିଲେ । ଯେଉଁଥିରେ ଆକାଶଙ୍କ କମେଣ୍ଟ୍ରିକୁ ଦର୍ଶକ ପସନ୍ଦ କରୁଥିବା ଲେଖା ହୋଇଥିଲା । ଏପରିକି ଭାଷ୍ୟକାର ଭାବେ ଆକାଶଙ୍କୁ ପଠାଇଥିବାରୁ ବିସିସିଆଇକୁ ଧନ୍ୟବାଦ ଦେଇଥିଲେ ଦର୍ଶକ । ଏପରିକି ତାଙ୍କ ନାମ ଅନୁସାରେ ଆକାଶବାଣୀ ଶୁଣିବାକୁ ମିଳିବ ବୋଲି କିଛି ଦର୍ଶକ ପ୍ଲାକାର୍ଡରେ ଲେଖିଥିଲେ । ଏହାକୁ ନେଇ ଆଜି ଆକାଶ ତାଙ୍କ ଫେସବୁକ ପେଜରେ ପ୍ରଶଂସକଙ୍କ ଫଟୋ ପୋଷ୍ଟ କରିବା ସହିତ କଟକବାସୀଙ୍କୁ ଧନ୍ୟବାଦ ଦେଇଥିଲେ ।ଏହାସହ ସେ ଆକାଶର ବାଣୀ ଆକାଶବାଣୀ ବୋଲି ବ୍ୟଙ୍ଗାତ୍ମକ ଭାବେ ସୁଚାଇ ଥିଲେ ।