ବ୍ୟସ୍ତ ଅଜୟ : ଝିଅ ନ୍ୟାସା ସହ ଦେଢ ବର୍ଷ କଥା ହୋଇ ନଥିଲେ

56

2ଅଜୟ ଦେବଗନ ନିଜ କାମକୁ ନେଇ ସବୁବେଳେ ବ୍ୟସ୍ତ ଥାଆନ୍ତି । ଏହା ସମସ୍ତେ ଜାଣନ୍ତି । ଫିଲ୍ମରେ ନିଜ ଅଭିନୟରେ ଶତପ୍ରତିଶତ ଦେବାରେ ଖୁବ୍ ସିରିୟସ ଥାଆନ୍ତି ଅଜୟ ଦେବଗନ୍ । ଅଜୟଙ୍କ ପ୍ରତ୍ୟେକ ଫିଲ୍ମରେ ତାଙ୍କ ପରିଶ୍ରମ ଓ ଜୁନୁନ ଭଲଭାବରେ ଦେଖାଦେଇଥାଏ । କିନ୍ତୁ ଆପଣ ଏକଥା ଶୂଣି ଆଶ୍ଚର୍ଯ୍ୟ ହେବେ ଫିଲ୍ମରେ ବ୍ୟସ୍ତତା ଯୋଗୁଁ ଅଜୟଙ୍କ ଝିଅ ନ୍ୟାସା ପ୍ରାୟ ଦେଢ ବର୍ଷ ଧରି ଅଜୟଙ୍କ ସହ କଥା ହୋଇନଥିବା ଜଣାପଡିଛି ଏବଂ ଏକଥା ନିଜେ ଅଜୟ ମିଡିଆ ଆଗରେ ପ୍ରକାଶ କରିଛନ୍ତି ।
“ଶିବାୟ” ଫିଲ୍ମର ସୁଟିଂ ଆରମ୍ଭ ସମୟରେ ଅଜୟ ବହୁତ ବ୍ୟସ୍ତ ରହୁଥିଲେ ଏବଂ ନ୍ୟାସାକୁ ଅଧିକ ସମୟ ଦେଇପାରୁ ନଥିଲେ ବୋଲି କହିଛନ୍ତି । କିନ୍ତୁ ଫିଲ୍ମର ଟ୍ରେଲର ଏବଂ ଗୀତ ଦେଖିବା ପରେ ନ୍ୟାସା ପ୍ରକୃତ କଥା ବୁଝି ପାରି ଅଜୟଙ୍କ ଉପରେ ଗର୍ବ ଅନୁଭବ କରୁଛନ୍ତି ବୋଲି ଅଜୟଙ୍କୁ କହିଛନ୍ତି । ନ୍ୟାସାର ଏଇ କଥା ତାଙ୍କ ପାଇଁ ସବୁଠାରୁ ବଡ କଂପ୍ଲିମେଂଟ ବୋଲି କହିଛନ୍ତି ଅଜୟ ।

ପୂର୍ବରୁ ନ୍ୟାସାଙ୍କୁ ଅଜୟଙ୍କ ସହ ଅନେକ ଉତ୍ସବ ଅବସରରେ ଦେଖିବାକୁ ମିଳିଛି । ଅଜୟଙ୍କ ବହୁପ୍ରତୀକ୍ଷିତ ଫିଲ୍ମ “ଶିବାୟ” ଦୀପାବଳି ଅବସରରେ ରିଲିଜ ହେଉଥିବାର ଜଣାପଡିଛି । ଫିଲ୍ମରେ ଅଜୟ ଅଭିନୟ ସହିତ ନିର୍ଦ୍ଦେଶନା କାମ ମଧ୍ୟ ବୁଝୁଛନ୍ତି । ଏବେ ସେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ଜଣାପଡିଛି ।

ଝିଅ ନ୍ୟାସା ସହ ଅଜୟଙ୍କୁ ଦେଖନ୍ତୁ ଏହି ଭିଡିଓରେ –