ସବୁ ରାଗ ଭୁଲି କପିଲ ଶର୍ମାଙ୍କ ସୋ’କୁ ଫେରୁଛନ୍ତି ଅଜୟ ଦେବଗନ୍ ! ଜାଣନ୍ତୁ କମେଡ଼ି କିଙ୍ଗଙ୍କ ଉପରେ କାହିଁକି ଖପ୍ପା ଥିଲେ ଏହି ବଲିଉଡ଼୍ ତାରକା

47

୬ ମାସ ବ୍ୟବଧାନ ପରେ କପିଲ ଶର୍ମା ପୁଣିଥରେ ଦର୍ଶକଙ୍କୁ ମନୋରଂଜନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୋ’ର ଏକ ପ୍ରୋମ ନିକଟରେ ରିଲିଜ ହୋଇଥିଲା । ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ିଥିଲା, ଅଜୟ ଦେବଗନ କପିଲଙ୍କ ପ୍ରଥମ ଅତିଥି ହେବେ । ଇତି ମଧ୍ୟରେ ଅଜୟ ଦେବଗନ କପିଲଙ୍କୁ ଏଭଳି କିଛି ଟ୍ୱିଟ କରିଛନ୍ତି, ଯାହା ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଅଜୟ ଲେଖିଛନ୍ତି କି, ‘ରେଡ ତାଙ୍କର ସେଇଠି ହୁଏ, ଯେଉଁଥିରେ ତାଙ୍କର ଇନକମ ହୁଏ । ଏବେ ଆପଣ ଏହାର ଯୋଗ୍ୟ ଅଛନ୍ତି’ । ଏହାପରେ କପିଲ ଅଜୟ ଦେବଗନଙ୍କୁ ଧନ୍ୟବାଦ କହିଥିଲେ ।

kapil-ajay

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ କପିଲ ଅଜୟ ଦେବଗନଙ୍କ ଟିମକୁ ସୋ’ର ସେଟକୁ ଡକାଇଥିଲେ । ଟିମ ଏକ ଘଂଟା ଅପେକ୍ଷା କରିଲା ପରେ ମଧ୍ୟ କପିଲ ପହଂଚି ପାରିନଥିଲେ । ଯେଉଁଥି ପାଇଁ ଉଭୟଙ୍କ ମଧ୍ୟ ମତାନ୍ତର ସୃଷ୍ଟି ହୋଇଥିଲା ବୋଲି ଶୁଣିବା ପାଇଁ ମିଳିଥିଲା । ତେବେ କପିଲ ଏହି ସବୁ କଥାକୁ ଭୁଲି ପୁର୍ନବାର ବନ୍ଧୁତ୍ୱକୁ ମଜବୁତ କରିବା ପାଇଁ ଚେଷ୍ଟା କରିଛନ୍ତି । ଏଥିପାଇଁ କପିଲ, ଅଜୟ ଦେବଗନଙ୍କୁ ପ୍ରଥମ ଅତିଥି ଭାବେ ଆମନ୍ତ୍ରଣ କରିଛନ୍ତି । ସୋ’ର ପ୍ରୋମରେ ଦେଖିବାପାଇଁ ମିଳିଛି, କପିଲ ଅଜୟଙ୍କୁ ବାରମ୍ବାର ଫୋନ କରି ତାଙ୍କୁ ସୋ’ରେ ଡାକିବାକୁ ଉଦ୍ୟମ କରୁଛନ୍ତି । ଆଉ ତା’ପରେ ଯାଇକି ଅଜୟ ଦେବଗନ କହୁଛନ୍ତି କି, ଇନକମ ଟ୍ୟାକ୍ସ ରେଡ ତାଙ୍କର ସେଠାରେ ହୁଏ, ଯେଉଁଠାରୁ ତାଙ୍କୁ ଇନକମ ହୁଏ । ଏହି ସୋ ସୋନି ଟିଭିରେ ୨୫ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ।