ଟିଭିରେ ‘ବାବା ରାମଦେବ’ଙ୍କ କାହାଣୀ କହିବେ ଅଜୟ ଦେବଗନ ! ଜାଣନ୍ତୁ କେମିତି

45

ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ନିକଟରେ ମାଳିଦ୍ୱୀପରେ ନିଜ ପରିବାର ସହ ଛୁଟି କଟାଇ ଫେରିଛନ୍ତି । ଆଉ ଏବେ ସେ ତାଙ୍କର ଆଗାମୀ ସିନେମା ‘ବାଦଶାହୋ’ର ସୁଟିଂରେ ବ୍ୟସ୍ତ । ଏହାପରେ ସେ ରୋହିତ ସେଟ୍ଟୀଙ୍କ ସିନେମା ‘ଗୋଲମାନ ରିଟର୍ଣ୍ଣ’ରେ କାମ ଆରମ୍ଭ କରିବେ । ଏହି ସିନେମା ଦୀପାବଳିରେ ରିଲିଜ ହେବ ।
ଏହା ବ୍ୟତୀତ ଖବର ଆସୁଛି ଅଜୟ ଦେବଗନ୍ ଏବେ ବାବା ରାମଦେବଙ୍କ ବାୟୋପିକର ପ୍ରଯୋଜନା ଦାୟିତ୍ୱରେ ରହିବେ । ଶୁଣିବାକୁ ମିଳୁଚି ‘ବାବା ରାମଦେବ’ଙ୍କ ବାୟୋପିକ ଟିଭିରେ ପ୍ରସାରିତ ହେବ । ଏହାକୁ ସନେ ନିର୍ମାତା ଅଭିନବ ଶୁକ୍ଳା ତିଆରି କରିବେ ।

ଏହି ଟିଭି ସିରିଜ ନାମ ରହିବ ‘ସ୍ୱାମୀ ବାବା ରାମଦେବ’ । ଏହି ବାୟୋପିକରେ ରାମଦେବଙ୍କ ସାଥୀ ବାଲକୃଷ୍ଣଙ୍କ ଜୀବନୀ ମଧ୍ୟ ନଜର ଆସିବ । ମିଡିଆ ରିପୋର୍ଟ ଅନୁସାରେ ଏହି ସିରିଜର ସୁଟିଂ ଏହି ବର୍ଷ ଶେଷରେ ଆରମ୍ଭ ହୋଇଯିବ ।