ତିନି ସେନା ମୁଖ୍ୟ ଦେଖିଲେ ତାନାଜୀ : ସିନେମା ତାନାଜୀ-ଦ ଅନସଙ୍ଗ୍ ୱାରିୟର କୁ ଏକାଠି ବସି ଦେଖିଲେ ତିନି ସେନା ମୁଖ୍ୟ , ସାଙ୍ଗରେ ଥିଲେ ଅଭିନେତା ଅଜୟ ଦେବଗନ୍ ।

149

ନୂଆବର୍ଷରେ ରିଲିଜ ହୋଇଥିବା ଫିଲ୍ମ ତାନାଜୀ-ଦ ଅନସଙ୍ଗ୍ ୱାରିୟର ବକ୍ସ ଅଫିସରେ ହିଟ୍ ହୋଇଛି । ବଡ ପରଦାରେ ଧମାଲ କରୁଥିବା ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମର ଆକ୍ସନ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି । ଅଜୟଙ୍କ ଅଭିନୀତ ଏହି ଫିଲ୍ମ ଇତିହାସ ସୃଷ୍ଟି କରିଛି । ଏହି ଫିଲ୍ମକୁ ୩ ସେନା ମୁଖ୍ୟ ଏକାଠି ଦେଖିଛନ୍ତି ।

ଅବସରପ୍ରାପ୍ତ ନୌସେନା ଅଧିକାରୀ ହରିନ୍ଦର ସିକ୍କା ଟ୍ୱିଟ୍୍ କରି ଲେଖିଛନ୍ତି , ତାନାଜୀ ଇତିହାସ ସୃଷ୍ଟି କରିଛି । ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟ ଏକାଠି ମିଶି ଫିଲ୍ମକୁ ଦେଖି ବେଶ୍ ଉପଭୋଗ କରିଛନ୍ତି । ଏଥି ସହିତ ସେ କହିଛନ୍ତି , ସମସ୍ତେ ଫିଲ୍ମଟିକୁ ଦେଖିବା ଜରୁରୀ । ଅଜୟ ଦେବଗନ ମଧ୍ୟ ୩ ସେନା ମୁଖ୍ୟଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି । ଟ୍ୱିଟ ଜରିଆରେ ଅଭିନେତା କହିଛନ୍ତି,“୩ ସେନା ମୁଖ୍ୟଙ୍କ ସହିତ ବିତାଇଥିବା ସନ୍ଧ୍ୟା ଅତ୍ୟନ୍ତ ସମ୍ମାନର କଥା । ତାନାଜୀ ଫିଲ୍ମକୁ ଏତେ ଭଲପାଇବା ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ସୂଚନାନୁସାରେ , ତାନାଜୀ ହେଉଛି ଅଜୟ ଦେବଗନଙ୍କ ୧୦୦ ତମ ସିନେମା । ଫିଲ୍ମଟି ବକ୍ସ ଅଫିସରେ ବଡ ସଫଳତା ହାସଲ କରିଛି । ଏହା ୨୦୦ କୋଟି କ୍ଲବରେ ଏଣ୍ଟ୍ରି କରିବାକୁ ଯାଉଛି । ଏଥିରେ ଅଜୟଙ୍କ ସମେତ କାଜଲ ଓ ସୈଫ ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।