ପରଦାକୁ ଆସିଲା ସିନେମା ‘ବାଦଶାହୋ’ର ନୂଆ ଗୀତ !

38

ପ୍ରଥମ ଥର ପାଇଁ ସିଲଭରସ୍କ୍ରିନରେ ନଜର ଆସିଲା ବର୍ଫି ଗର୍ଲ ଓ ସିଙ୍ଘମଙ୍କ ରୋମାନ୍ସ । ଆଗାମୀ ଆକ୍ସନ ସିନେମା ‘ବାଦଶାହୋ’ର ନୂଆ ଗୀତ ରିଲିଜ୍ ହୋଇଛି । ଗୀତରେ ଇଲିଆନା ଡିକ୍ରୁଜ୍ ଓ ଅଜୟ ଦେବଗନଙ୍କ ରୋମାନ୍ସକୁ ସ୍ଥାନ ଦିଆଯାଇଛି ।

ମନୋଜ ମୁନତସିରଙ୍କ ଏହି ଗୀତକୁ ସଙ୍ଗୀତରେ ସଜାଇଛନ୍ତି ତନିଷ୍କ ବାଗଚୀ । ସେହିପରି ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ ସୁଫି ଗାୟକ ରାହତ୍ ଫତେ ଅଲ୍ଲୀ ଖାନ୍ । ଗୀତରେ ଅଜୟ,ଇଲିଆନାଙ୍କ ବ୍ୟତୀତ ଇମ୍ରାନ ହାସମୀ ଓ ଇଶା ଗୁପ୍ତାଙ୍କ ପ୍ରମୁଖ ଭୂମିକାରେ ଅଭିନୟ ମଧ୍ୟ ରହିଛି । ସେପ୍ଟମ୍ବର ପହିଲାରେ ଏହି ସିନେମାଟି ରିଲିଜ୍ ହେବାକୁ ଯାଉଛି ।