ଅନ୍ତରଙ୍ଗ ଦୃଶ୍ୟ କରିଛୁ, କୌଣସି ପର୍ଣ୍ଣ ସିନେମା ନୁହେଁ ! ଫିଲ୍ମ ବାଦଶାହୋକୁ ନେଇ ଅଜୟ ଦେବଗନଙ୍କ ବଡ ବୟାନ୍

44

ଅଜୟ ଦେବଗନ୍ ଏବଂ ଇମ୍ରାନ୍ ହାସମୀଙ୍କ ଆଗାମୀ ସିନେମା ବାଦଶାହୋର ଟ୍ରେଲର୍ ରିଲିଜ୍ ହୋଇସାରିଛି । ଯେଉଁଥିରେ ଅଜୟ ଏବଂ ଇଲିୟାନା ଡିକ୍ରୁଜଙ୍କ କିଛି ଅନ୍ତରଙ୍ଗ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଶୁଣିବାକୁ ମିଳିଛି ଯେ ସିନେମାରେ ଅଜୟ ଏବଂ ଇଲିୟାନାଙ୍କ କିଛି ଅନ୍ତରଙ୍ଗ ଦୃଶ୍ୟରେ ସେନ୍ସରର କଇଁଚି ଲାଗିଯାଇଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଉଭର ଅଜୟ ଆଉ ଇଲିୟାନା ।

ଏହି ଖବର ପରେ ଅଜୟ କହିଛନ୍ତି ଆମେ ରୋମାଂଟିକ୍ ସିନ୍ କରିଛି କୌଣସି ପର୍ଣ୍ଣ ସିନେମା କରିନି । ଏହା ସହ ସିନେମାର ନିର୍ଦ୍ଦେଶକ ମିଲନ୍ ଲୁଥରିଆ କହିଛନ୍ତି ମତେ ଲାଗୁନି ସିନେମାରେ କଣ ରହିବ ଆଉ କଣ ହଟିବ ସେନେଇ ଆମ ଟିମ୍ ବ୍ୟତୀତ ଆଉ କାହାର ନିଷ୍ପତି ନେବାର ଅଧିକାର ଅଛି ।

ସେପ୍ଟେମ୍ବର ୧ରେ ରିଲିଜ୍ ହେବାକୁ ଥିବା ଏହି ସିନେମାର ମୁଖ୍ୟ ଭୁମିକାରେ ଅଛନ୍ତି ଅଜୟ ଦେବଗନ୍, ଇଲିୟାନା ଡିକ୍ରୁଜ୍, ବିଦ୍ୟୁ୍ତ୍ ଜାମୱାଲ୍ , ଇଶା ଗୁପ୍ତା ,ଏବଂ ସଞ୍ଜୟ ମିଶ୍ରା ଅଛନ୍ତି । ୧୯୭୫ର ଜରୁରୀକାଳୀନ ସମୟରେ ଇନ୍ଦିରା ଗାନ୍ଧୀ ଏବଂ ମହାରାଣୀ ଗାୟତ୍ରୀଙ୍କ ମଧ୍ୟରେ ହୋଇଥିବା ବିବାଦ ଉପରେ ଆଧାରିତ ସିନେମା ବାଦଶାହୋ । ସିନେମାଟି ୬ଜଣ ଠକଙ୍କ ଉପରେ ନିର୍ମିତ ଯେଉଁମାନେ ଜରୁରୀକାଳୀନ ସମୟରେ ଏକ ବଡ କାମ କରିଥିଲେ ।