‘ବାହୁବଳୀ’କୁ ଟକ୍କର ଦେବ ‘ତାନ୍ନାଜୀ’ ! ଆସୁଛି ଅଜୟ ଦେବଗନଙ୍କ ଐତିହାସିକ ସିନେମା

65

ajay devgan ଆସୁଛି ଅଜୟ ଦେବଗନଙ୍କ ଐତିହାସିକ ସିନେମା ‘ତାନ୍ନାଜୀ’ । ସିନେମାର ଫାଷ୍ଟ୍ ଲୁକ୍ ମଧ୍ୟ ଜାରି ହୋଇସାରିଛି । ମରାଠାବୀର ସୁବେଦାର୍ ତାନ୍ନାଜୀ ମାଲୁସାରେ ଭୂମିକାରେ ନଜର ଆସିବେ ଅଜୟ ଦେବଗନ୍ । ଛତ୍ରପତି ଶିବାଜୀଙ୍କର ଜଣେ ବିଶ୍ୱସ୍ତ ଯୋଦ୍ଧା ଥିଲେ ତାନ୍ନାଜୀ । ତେବେ ଏକ ସୁପର ଆକ୍ସନ୍ ପ୍ୟାକଡ୍ ସିନେମା ହେବ ‘ତାନ୍ନାଜୀ’ । ଯାହା ବାହୁବଳୀକୁ ଦେବ ଜୋରଦାର୍ ଟକ୍କର  ।

ଐତିହାସିକ ସିନେମା ‘ତାନ୍ନାଜୀ’ ୨୦୧୯ରେ ରିଲିଜ୍ ହେବ ବୋଲି ଜଣାଯାଇଛି । ଅଭିନେତା ଅଜୟ ଦେବଗନ୍ କହିଛନ୍ତି ଯେ ‘ତାନ୍ନାଜୀ’ ବ୍ଲକବଷ୍ଟର୍ ମୁଭି ‘ବାହୁବଳୀ’ଠୁ ବି ଅଧିକ ଭବ୍ୟ ହେବ । ଏହା ଏକ ବଡ଼ ବଜେଟରେ ତିଆରି ହେଉଛି । ଏହାର ସୁଟିଂ ଆଗାମୀ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହେଉଥିବାର ସୂଚନା ଦେଇଛନ୍ତି ଅଜୟ ଦେବଗନ୍  ।

ବାହୁବଳୀ ଆସିବା ପରେ ଏବେ ପ୍ରାୟ ସମସ୍ତ ଅଭିନେତା , ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗୀତା  । କାରଣ ଭାରତୀୟ ସିନେମା ଜଗତରେ ଇତିହାସ ରଚିଛି ବାହୁବଳୀ । କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଦେଖିବାକୁ ମିଳିଥିଲା ବାହୁବଳୀର ଧୁମ୍ । ତେଣୁ ଏହି ସିନେମାର ରେକର୍ଡ ଭାଙ୍ଗିବା ସମସ୍ତଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଂଜ୍ ପାଲଟି ଯାଇଛି  ।