‘ଅଜାତଶତ୍ରୁ’ର ସୁଟିଂ ସେଟରେ ଗଣ୍ଡଗୋଳ ! ସମୟ ଓ ପାଉଣା ନେଇ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଯୋଜକଙ୍କ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ

292

ସିିନେମା ସୁଟିଂ ସେଟରେ ସମୟ ଓ ପାଉଣା ନେଇ ନେଇ କଳାକାର ଓ ପ୍ରଡ୍ୟୁସରଙ୍କ ମଧ୍ୟରେ ବିବାଦ ।ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର ଓ ଅଭିନେତାଙ୍କୁ ଆକ୍ରମଣ ଅଭିଯୋଗ । ନୂଆ ଓଡିଆ ସିନେମା ‘ଅଜାତଶତ୍ରୁ’ ସେଟରେ ଏପରି ଘଟଣା ଘଟିଛି । ସିନେ ପ୍ରଯୋଜକ ତଥା ମୁଖ୍ୟ ନାୟକ ସୋହମ ସିଂଙ୍କ ସହ ସିନେମାରେ କାମ କରୁଥିବା ବିଶ୍ୱଭୂଷଣ ପଣ୍ଡା ଓ ମୀରାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

ବିଶ୍ୱଭୂଷଣଙ୍କୁ ସୋହମଙ୍କ ସହଯୋଗୀମାନେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ସେହିପରି ପାଉଣା ବିବାଦ ନେଇ ଅଭିନେତ୍ରୀ ମୀରାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଦେଖନ୍ତୁ ଏହି ଭିଡ଼ିଓ –