ପୁଣିଥରେ ମା’ ହେବେ ନୀଳନୟନା ଐଶ୍ୱର୍ଯ୍ୟା ! ସେରୋଗେସୀ ଟେକ୍ନୋଲୋଜିର ନେବେ ସାହାଯ୍ୟ

41

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ମା’ ହେବେ । ଏହା ଶୁଣିଲା ପରେ ଆପଣ ଆଶର୍ଯ୍ୟ ହୋଇଗଲେ ନା । କିନ୍ତୁ ସେ ରିଅଲ ଲାଇଫରେ ମା’ହେବାକୁ ଯାଉ ନାହାନ୍ତି ବରଂ ରିଲ ଲାଇଫରେ ମା’ ହେବାକୁ ଯାଉଛନ୍ତି । ଖବର ଅନୁସାରେ, ଐଶଙ୍କୁ ଗୋଟେ ନୂଆ ଫିଲ୍ମର ଅଫର ମିଳିଛି, ଯେଉଁଥିରେ ଐଶ୍ୱର୍ଯ୍ୟା ଏକ ସରୋଗେସୀ ମା ଭୂମିକାରେ ନଜର ଆସିପାରନ୍ତି ।

24-1495567303-aishwarya-rai-bachchan-aaradhya-bachchan-fairytale-photoshoot-from-cannes-2017-new-picture-1ସୂଚନା ଅନୁସାରେ ଐଶ୍ୱର୍ଯ୍ୟାଙ୍କ ନୂଆ ଫିଲ୍ମ ନାମ ‘ଜୈସ୍ମିନ-ଏକ କିରାଏ କୀ କୋଖ’ ରହିଛି । ଏହି ଫିଲ୍ମଟି ସରୋଗେସୀ ମା’ ଉପରେ ଅଧାରିତ । ଯେଉଁଥିରେ ଐଶ୍ୱର୍ଯ୍ୟା ସରୋଗେଟ ମା’ ରୋଲ କରିବେ ବୋଲି ଶୁଣାଯାଉଛି । ଏହି ଫିଲ୍ମର ପ୍ରଯୋଜକ ପ୍ରେରଣା ଅରୋରାଙ୍କ କହିବା ଅନୁଯାୟୀ, ଜୈସ୍ମିନ ଫିଲ୍ମ ପାଇଁ ଐଶ ହିଁ ଠିକ୍ ଅଭିନେତ୍ରୀ । ଏହି ଫିଲ୍ମରେ ଐଶ ସରୋଗେସି ମା’ ଭାବେ ଭଲ ଅଭିନୟ କରିପାରିବେ । ଫିଲ୍ମଟି ଗୋଟେ ରିଅଲ କାହାଣୀ ଉପରେ ଅଧାରିତ ।

ଫିଲ୍ମଟି ଗୁଜରାଟର ଏକ ମହିଳାଙ୍କ କାହାଣୀକୁ ନେଇ ପଯ୍ୟବେଷିତ । ଫିଲ୍ମର କାହାଣୀ ଅନୁଯାୟୀ, ମହିଳା ନିଜେ ମା’ ହେବାକୁ ଚାହୁଁନାହାନ୍ତି କିନ୍ତୁ ଅନ୍ୟ ମାନଙ୍କ ପାଇଁ ସରୋଗେସି ମା ହେବା ପାଇଁ ନିଷ୍ପତି ନେଉଛନ୍ତି । କିନ୍ତୁ ସରୋଗେଟ ମା ହେବା ପରେ ଜନ୍ମ କରିଥିବା ଶିଶୁଙ୍କ ପ୍ରତି ତାଙ୍କର ମୋହ ଆସୁଛି । ଏପରିକି ସେ ଜନ୍ମ କରିଥିବା ପିଲାକୁ ନିଜ ପାଖରୁ ଦୂରେଇବାକୁ ମଧ୍ୟ ଚାହୁଁନାହିଁ । ଏଭଳି କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହେବ ବୋଲି ସୂଚନା ମିଳିଛି । ଏହି ଫିଲ୍ମ ପାଇଁ ଐଶ୍ୱର୍ଯ୍ୟା ହିଁ ଆମର ପ୍ରଥମ ପସନ୍ଦ । ତେବେ ସେ ଏହି ଫିଲ୍ମ କରିବେ କି ନାହିଁ ତାଙ୍କ ଉପରେ ନିର୍ଭର କରେ ବୋଲି ପ୍ରେରଣା କହିଛନ୍ତି ।