ଅଭିନେତ୍ରୀଙ୍କ ମହାନତା ! ହଜାର ଶିଶୁଙ୍କ ପେଟଭରିବେ ଐଶ୍ୱର୍ଯ୍ୟା ରାୟ

46

ଚଳଚିତ୍ର ଜଗତରେ ଚଳଚଞ୍ଚଳ ରହିବା ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ କରିବାକୁ ଯାଉଛନ୍ତି ଏକ ମହାନ କାର୍ଯ୍ୟ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଯୋର ଧରିଛି । ସେ ପାଖାପାଖି ଏକ ହଜାର ଶିଶୁଙ୍କ ପେଟ ପୋଷିବେ ଏବଂ ତାହା ମଧ୍ୟ ବର୍ଷକ ପର୍ଯ୍ୟନ୍ତ । ଗରିବ ଶିଶୁଙ୍କ ଲାଗି ଉପଲବ୍ଧ କରାଉଥିବା ଅନ୍ନମିତ୍ର ଫାଉଣ୍ଡେସନ ମଧ୍ୟାହ୍ନ ଭୋଜନ ସଂସ୍ଥାରେ ସେ ନିଜର ସହଯୋଗ ଦେବେ । ଐଶ୍ୱର୍ଯ୍ୟା ନିଜ ଜନ୍ମ ଦିବସରେ ଏହି ନିର୍ଣ୍ଣୟ ନେଇଥିଲେ ।

ଅନ୍ନମିତ୍ର ମିଡ ଡେ ମିଲ ସ୍କିମରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ପକ୍ଷରୁ ଐଶ୍ୱର୍ଯ୍ୟା ବର୍ଷକ ପର୍ଯ୍ୟନ୍ତ ଶିଶୁଙ୍କ ଭୋଜନ ଖର୍ଚ୍ଚ ବହନ କରିବେ । କୃଷ୍ଣା କନ୍ସେନସ (ଇସ୍କନ)ରେ ସୋମବାର ଦିନ ଏହି କାର୍ଯ୍ୟକାରୀ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରାଯାଇଥିଲା ।
ଅନ୍ନମିତ୍ର ଫାଉଣ୍ଡେସନ ମିଡ ଡେ ମିଲ୍ ଯୋଜନା ଏକ ଛୋଟ ଗୃହରୁ ଆରମ୍ଭ ହୋଇଥିବା ଇସ୍କନର ମୁଖ୍ୟ ରାଧାନାଥ ସ୍ୱାମୀ ମହାରାଜରେ କହିଥିଲେ । ସେ ସମୟରେ କେବଳ ୯୦୦ଶିଶୁଙ୍କ ପାଇଁ ଭୋଜନ ପ୍ରସ୍ତୁତ କରାଯାଉଥିଲା କିନ୍ତୁ ବର୍ତ୍ତମାନ ୭ଟି ରାଜ୍ୟର ପାଖପାଖି ୧୦ଲକ୍ଷ ଶିଶୁଙ୍କ ପାଇଁ ଭୋଜନ ପ୍ରସ୍ତୁତ କରାଯାଉଛି ।

ଐଶ୍ୱର୍ଯ୍ୟାଙ୍କ ପିତାଙ୍କ ମୃତ୍ୟୁ ଯୋଗୁଁ ନଭେମ୍ବର୧ରେ ବିତି ଯାଇଥିବା ଜନ୍ମଦିବସକୁ ବହୁ ଆଡମ୍ବରରେ ପାଳନ କରିନଥିଲେ ସତ, ମାତ୍ର ଏହି ଜନ୍ମ ଦିବସରେ ଗରିବ ଶିଶୁଙ୍କୁ ସହାୟତା କରିବା ପଦକ୍ଷେପ ତାଙ୍କ ଜନ୍ମଦିବସରେ ଭିନ୍ନ ରଂଗ ଭରିଦେଇଥିଲା ।