୪୫ ବର୍ଷରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ : ବିବାହ ପାଇଁ ଐଶ ଦେଇଥିଲେ ଅଭିଙ୍କୁ ପ୍ରସ୍ତାବ । ଜାଣନ୍ତୁ ଐଶଙ୍କ ବିଷୟରେ ଆହୁରି କିଛି କଥା

୪୫ ବର୍ଷରେ ପାଦଦେଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

575

୪୫ ବର୍ଷରେ ପାଦଦେଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଐଶ୍ୱର୍ଯ୍ୟାଙ୍କ ଜନ୍ମ ୧୯୭୩ ନଭେମ୍ବର ୧ ତାରିଖରେ କର୍ଣ୍ଣାଟକର ମାଙ୍ଗାଲୋରରେ ହୋଇଥିଲା । ପିଲାଟି ଦିନୁ ଜଣେ ମେଧାବୀ ଛାତ୍ର ରହିବା ସହିତ ଆକ୍ରିଟେକ୍ଚର୍ ହେବାର ଇଚ୍ଛା ମଧ୍ୟ ରଖିଥିଲେ ଐଶ୍ୱର୍ଯ୍ୟା । ହେଲେ ମଡେଲିଂର ଅଫର୍ ଓ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ଭାଗ ନେବା ପରେ ପାଠ ପଢାକୁ ଅଧାରେ ଛାଡିବାକୁ ପଡିଥିଲା ତାଙ୍କୁ । ପରେ ୧୯୯୪ ମସିହାରେ ବିଶ୍ୱ ସୁନ୍ଦରୀର ତାଜ୍ ହାତେଇଲେ । ଏହାପରେ ନୀଳ ନୟନା ଐଶ୍ୱର୍ଯ୍ୟା ପୁରା ବିଶ୍ୱରେ ହୋଇଗଲେ ପ୍ରସିଦ୍ଧ । ୧୯୯୭, ମଡେଲିଂରୁ ଏବେ ତାଙ୍କ କ୍ୟାରିଅର ଗାଡି ମୁହାଁଇଲା ଅଭିନୟ ଆଡକୁ, ଯେତେବେଳେ ଫିଲ୍ମମେକର୍ ମଣିରତ୍ନମ୍ ତାଙ୍କୁ ପ୍ରଥମେ ଅଭିନୟର ମୌକାଦେଲେ ତାମିଲ୍ ଚଳଚ୍ଚିତ୍ର ଇରୁଭର ରେ । ସେହିବର୍ଷ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ଐଶ୍ୱର୍ଯ୍ୟା ଡେବ୍ୟୁ କଲେ ଚଳଚ୍ଚିତ୍ର ଔର୍ ପ୍ୟାର୍ ହୋ ଗୟା ଜରିଆରେ । ଫିଲ୍ମରେ ତାଙ୍କୁ ଅଭିନେତା ବବି ଦେଓଲଙ୍କ ଅପୋଜିଟରେ ଦେଖିବାକୁ ମିଳିଥିଲା ।

ଚଳଚ୍ଚିତ୍ର ଦେବଦାସରେ ଐଶ୍ୱର୍ଯ୍ୟାଙ୍କ ଅଭିନୟର ଅନ୍ୟ ଏକ ସେଡ୍ ଦେଖିବାକୁ ମିଳିଥିଲା । ଗୁରୁ ଫିଲ୍ମ ସୁଟିଂ ସମୟରେ ଐଶ ଅଭିଶେକଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ଗୁରୁ ଫିଲ୍ମ ଶେଷ ହେବା ପରେ ଦୁହେଁ ବିବାହ କରିଥିଲେ । ଐଶ୍ୱର୍ଯ୍ୟା ୨୦୦୭ ମସିହାରେ ଅଭିଷେକ ବଚ୍ଚନଙ୍କୁ ନିଜ ଜୀବନସାଥି ଭାବେ ବାଛିଲେ ଏବଂ ଉଭୟ ଏକ କନ୍ୟା ସନ୍ତାନର ପାରେଂଟ୍ସ୍ ହୋଇ ପାରିଛନ୍ତି । ବିବାହ ପରେ ମଧ୍ୟ ତାଙ୍କ ଅଭିନୟର ସଫର୍ ଜାରି ରହିଥିଲା । ଗୁରୁ, ଯୋଦ୍ଧା ଅକବର୍, ସରକାର ରାଜ, ରାବଣ, ଆକ୍ସନ ରିପ୍ଲେ, ରୋବଟ୍ ଏବଂ ଗୁଜାରିସ୍ ଭଳି ଫିଲ୍ମରେ ଐଶ୍ୱର୍ଯ୍ୟା ନଜର ଆସିଥିଲେ । ଆଉ ନିକଟରେ ଚଳଚ୍ଚିତ୍ର ଫନେ ଖାନରେ ଐଶ୍ୱର୍ଯ୍ୟା ପୁଣିଥରେ ନିଜ ପ୍ରତିଭା ଦେଖାଇଥିଲେ । ଐଶ୍ୱର୍ଯ୍ୟା ଜଣେ ସଫଳ ଅଭିନେତ୍ରୀ ହେବା ସହ ଜଣେ ଭଲ ସ୍ତ୍ରୀ ଓ ମା ମଧ୍ୟ ହୋଇ ପାରିଛନ୍ତି । ତାଙ୍କର ଏହି ଖାସ୍ ଦିନରେ ଫ୍ୟାନ୍ସଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ।