କେଉଁ କମ୍ପାନୀ ଦେଉଛି ଶସ୍ତା ଡାଟା ? ଦେଖନ୍ତୁ ଏକ ସ୍ୱତନ୍ତ୍ର ରିପୋର୍ଟ, ଆପଣ ବି ଉଠାଇପାରିବେ ଲାଭ . . . . .

24

ଭାରତୀୟ ଟେଲିକମ୍ କମ୍ପାନୀ ଗୁଡ଼ି ମଧ୍ୟରେ ଅସିମୀତ ଡାଟାର ନେଇ ଲଢ଼େଇ ଚାଲିଛି । ଟେଲିକମ୍ କମ୍ପାନୀ ଗୁଡ଼ିକ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଅଫରମାନ ଉପସ୍ଥାପନ କରୁଛନ୍ତି । ତେବେ ଆଜି ଆମେ ଏପରି କିଛି ଶସ୍ତା ଡ଼ାଟା ପ୍ଲାନ ବିଷୟରେ ଆଲୋଚନା କରିବା, ଯିଏ ୫୦ ଟଙ୍କା ଭିତରେ ଡାଟା ଯୋଗାଉଛି । ତେବେ ଏହି ଯୋଜନା ଉପରେ ନଜର ପକାଇବା . .

ରିଲାଏନ୍ସ ଜିଓ –

୧୯ ଟଙ୍କିଆ ଯୋଜନା – ଏହି ଯୋଜନାରେ ଗ୍ରାହକଙ୍କୁ ଅସୀମିତ ଡାଟା ମିଳିବ । କିନ୍ତୁ ଏଥିରେ ରହିଛି ଏକ ସର୍ତ୍ତ । ଏହି ଯୋଜନାରେ ଆପଣଙ୍କୁ କେବଳ .୧୫ ଜିବି ଡାଟା ହିଁ ଅଧିକ ବେଗରେ ଚାଲିବ । ଏହାପରେ ମିଳୁଥିବା ଇଂଟରନେଟ୍ ବେଗ କମି ୬୪ କେବିଏସ୍ ହୋଇଯିବ ।

୪୯ ଟଙ୍କିଆ ଯୋଜନା – ଏହି ଯୋଜନା ଜିଓ ଫୋନ ପାଇଁ ଉପଲବ୍ଧ । ୨୮ ଦିନ ବୈଧତା ସହ ପ୍ରତିଦିନ ୧ ଜିବି ଡାଟା ମିଳିବ । ଏହା ବ୍ୟତୀତ ଏହି ଯୋଜନାରେ ଅସୀମିତ କଲିଂର ସୁବିଧା ରହିଛି ।

ଭାରତୀ ଏୟାରଟେଲ୍-

୯ ଟଙ୍କିଆ ଯୋଜନା –ଏହି ଯୋଜନାରେ ଆପଣଙ୍କୁ ୧ ଦିନରେ ୧୦୦ ଏମବି ଡାଟା ମିଳିବ । ଏହା ବ୍ୟତୀତ ଅସୀମିତ କଲିଂ ଓ ୧୦୦ ଏସଏମଏସ୍ କରିବାର ସୁବିଧା ମଧ୍ୟ ମିଳିବ ।

୨୩ ଟଙ୍କିଆ ଯୋଜନା –ଏହି ଯୋଜନାର ବୈଧତା ୨ ଦିନ ଅଟେ । ୨୦୦ ଏମବି ଡାଟା ସହ  ଅସୀମିତ କଲିଂ ସୁବିଧା ରହିଛି ।

୨୯ ଟଙ୍କିଆ ଯୋଜନା – ୨୮ ଦିନ ବୈଧତା ସହ ଏହି ଯୋଜନାରେ ମିଳିବ ୧୫୦ ଏମବି ଡାଟା ।

ଭୋଡ଼ାଫୋନ୍ –

୨୧ ଟଙ୍କିଆ ଯୋଜନା – ଏହି ଯୋଜନାରେ ଆପଣଙ୍କୁ ଅସୀମିତ ଡାଟା ମିଳିବ କିନ୍ତୁ ତାହା କେବଳ ଗୋଟିଏ ଦିନ ପାଇଁ । ୨୯ ଟଙ୍କିଆ ଯୋଜନା ଯୋଜନାର ବୈଧତା ୨୮ ଦିନ । ଏଥିରେ ୧୫୦ ଏମବି ଡାଟା ମିଳିବ ।

୪୪ ଟଙ୍କିଆ ଯୋଜନା –
ଯୋଜନା ଅନୁସାରେ ଆପଣଙ୍କୁ ୪୫୦ ଏମବି ଡାଟା ମିଳିବ । ଏହାର ବୈଧତା ମାତ୍ର ୭ ଦିନ ।

Vodaone

ଆଇଡ଼ିଆ –

୨୧ ଟଙ୍କିଆ ଯୋଜନା – ଯୋଜନା ଅନୁସାରେ ୨୧ ଟଙ୍କା ରିଚାର୍ଜ କରିବା ଦ୍ୱାରା ଆପଣଙ୍କୁ ମିଳିବ ୧୫୦ ଏମବି ଡାଟା । ଏହା ବ୍ୟତୀତ ଅସୀମିତ କଲିଂ ସୁବିଧା ମଧ୍ୟ ମିଳିବ । ତେବେ ଏହି ଯୋଜନାର ବୈଧତା ମାତ୍ର ୧ ଦିନ ।

୪୭ ଟଙ୍କିଆ ଯୋଜନା – ଏହି ଯୋଜନାର ବୈଧତା ମାତ୍ର ୭ ଦିନ । ଏଥିରେ ୨୫୦ ଏମବି ଡାଟା ମିଳିବ । ଏହାବ୍ୟତୀତ ଅସୀମିତ କଲିଂ ସୁବିଧା ମଧ୍ୟ ଦିଆଯିବ ।

୫୦ ଟଙ୍କିଆ ଯୋଜନା – ଉଭୟ ଯୋଜନାରେ ଆପଣଙ୍କୁ ୧ ଜିବି ଡାଟା ମିଳିବ । ଯୋଜନାର ବୈଧତା ମାତ୍ର ୧ ଦିନ ।