ଗ୍ରାହକଙ୍କ ପାଇଁ ଏୟାରଟେଲ ଆଣିଲା ସବୁଠାରୁ ବଡ ଯୋଜନା ! ମାଗଣାରେ ଉପଲବ୍ଧ କରାଇବ ୧,୦୦୦ ଜିବି ଡାଟା

48

ଏୟାରଟେଲ ଆଣିଛି ସବୁଠାରୁ ବଡ ଅଫର । ନିଜ ଗ୍ରାହକଙ୍କ ପାଇଁ ଆଉ ଏକ ନୂଆ ଯୋଜନା । ଏହି ଯୋଜନାରେ ଅନୁସାରେ ପୁରା ୧୦୦୦ ଜିବି ଡାଟା ଅଧିକ ମିଳିବ । ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ରହିଛି ଏହି ଯୋଜନା । ଏହି ଯୋଜନାର ସୂଚନା ଏୟାରଟେଲର ୱେବସାଇଟରେ ଦିଆଯାଇଛି ।

ଜାଣନ୍ତୁ କ’ଣ ୧୦୦୦ ଜିବି ଡାଟାର ଯୋଜନା ?
ସର୍ବପ୍ରଥମେ ଆପଣଙ୍କୁ ଜଣାଇ ରଖଛୁ ଏୟାରଟେଲ କୌଣସିି ନୂଆ ଯୋଜନା ଆଣିନାହିଁ । ପ୍ରକୃତକଥା ହେଲା କମ୍ପାନୀ ଆଗୁର ଥିବା ଯୋଜନା ରେ ଅଧିକ ୧୦୦ ପ୍ରତିଶତ ଡାଟା ବୋନସରେ ଦେଉଅଛି ।

୮୯୯ ରୁ ୧୨୯୯ ଟଙ୍କା ପର୍ଯ୍ୟନ୍ତ ରହିଛି ଯୋଜନା-
୮୯୯ ଟଙ୍କିଆ ଯୋଜନା ଅନୁସାରେ ୬୦ ଜିବି ଡାଟା ସହ ୭୫୦ ଜିବି ବୋନସ ଡାଟା ମିଳିବ । ଏହାସହ ୧୦୯୯ ଟଙ୍କିଆ ଯୋଜନାରେ ପ୍ରଥମେ ଥିବା ୯୦ ଜିବି ଡାଟା ସହଂ୧,୦୦୦ ଜିବି ବୋନସ ଡାଟା ମିଳିବ । ଏହା ବ୍ୟତୀତ ୧୨୯୯ ଟଙ୍କିଆ ଯୋଜନାରେ ୧୨୫ ଜିବି ହାଇସ୍ପିଡ ଡାଟା ସହ ୧୦୦୦ ଜିବି ବୋନସ ଡାଟା ମିଳିବ । ବୋନସ ରୂପରେ ମିଳୁଥିବା ଏକ୍ସଟ୍ରା ଡାଟାର ବୈଧତା ୧ ବର୍ଷ ପର୍ଯ୍ୟନ୍ତ ରହିବ ।