ଏୟାରଟେଲର ନୂଆ ଧମାକା ! ମାତ୍ର ୪୯ ଟଙ୍କାରେ ଗ୍ରାହକଙ୍କୁ ମିଳିବ ୩ ଜିବି ଡାଟା

41

ଏୟାରଟେଲ ନିକଟରେ ଏକ ନୂଆ ଯୋଜନା ଲଂଚ କରିଛି । ତେବେ ଏହି ଯୋଜନା ସମସ୍ତ ଗ୍ରାହକଙ୍କ ପାଇଁ ନୁହେଁ ବୋଲି ସ୍ପଷ୍ଟ କରିଛି କମ୍ପାନୀ । ଅଳ୍ପ କିିଛି ଗ୍ରାହକଙ୍କୁ ୪୯ ଟଙ୍କାରେ ୩ ଜିବି ଡାଟା ସୁବିଧା ଉପଲବ୍ଧ କରାଉଛି କମ୍ପାନୀ । ସୂଚନା ଅନୁସାରେ ଏହି ଯୋଜନାର ବୈଧତା ମାତ୍ର ୧ ଦିନ । ଏହା ଏକ ପ୍ରିପେଡ଼୍ ଯୋଜନା । ପୋଷ୍ଟପେଡ଼୍ ଗ୍ରାହକ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଏହି ଅଫର ସବୁ ଗ୍ରାହକଙ୍କ ପାଇଁ ନୁହେଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ତେବେ ଏହି ଅଫର ବିଷୟରେ ଅଧିକ ଜାଣିବା ପାଇଁ ଗ୍ରାହକଙ୍କୁ ଏହାରଟେଲ ଆପ ଭିଜିଟ୍ କରିବା ପାଇଁ ପଡ଼ିବ । ଏୟାରଟେଲର ଏହି ଯୋଜନା ଅନୁସାରେ ଗ୍ରାହକ କେବଳ ଡାଟା ବ୍ୟବହାର କରିପାରିବେ କିନ୍ତୁ ଏଥିରେ ଭଏସ୍ କଲିଂ ସୁବିଧା ନାହିଁ । ୪୯ ଟଙ୍କିଆ ଯୋଜନା ଅନୁସାରେ ଅନ୍ୟ ଗ୍ରାହକଙ୍କୁ କେବଳ ୧ ଜିବି ଡାଟା ମିଳିବ । ତେବେ ଏହି ଯୋଜନାକୁ ପରିବର୍ତ୍ତନ କରାଯାଇ ୩ ଜିବି ଡାଟା ଉପଲବ୍ଧ କରାଯାଉଛି । ଏହି ପ୍ୟାକର ଖାସ କଥା ହେଲା ଏଥିରେ ୪ଜି/୩ଜି ଡାଟା ଉପଲବ୍ଧ କରାଯାଉଛି ।

ଏହାପୂର୍ବରୁ ଏୟାରଟେଲ୍ ୨୪୯ ଟଙ୍କିଆ ଯୋଜନା ଉପସ୍ଥାପନ କରିଥିଲା । ଏବଂ ୩୪୯ ଟଙ୍କିଆ ଯୋଜନାରେ ପରିବର୍ତ୍ତନ କରିଥିଲା ଏୟାରଟେଲ । ୨୪୯ ଟଙ୍କିଆ ଯୋଜନା ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ । ଏହି ଯୋଜନା ଅନୁସାରେ ପ୍ରତିଦିନ ଗ୍ରାହକଙ୍କୁ ୨ ଜିବି ଡାଟା ଦିଆଯିବା ଏବଂ ଏହାର ବୈଧତା ୨୮ ଦିନ । ଅନ୍ୟପଟେ ୩୪୯ ଟଙ୍କିଆ ଯୋଜନା ଅନୁସାରେ ଗ୍ରାହକଙ୍କୁ ପ୍ରତିଦିନ ୨.୫ ଜିବି ଡାଟା ପରିବର୍ତ୍ତେ ପ୍ରତିଦିନ ୩ ଜିବି ଡାଟା ଦିଆଯାଉଛି ।

୨୪୯ ଟଙ୍କିଆ ଯୋଜନାକୁ ଜିଓର ୧୯୮ ଯୋଜନା ସହି ତୁଳନା କରାଯାଉଛି । ଏହି ଯୋଜନା ଅନୁସାରେ ପ୍ରତିଦିନ ୨ ଜିବି ଡାଟା ସହ ଅସୀମିତ ଭଏସ୍ କଲ, ରୋମିଂ କଲ ଓ ପ୍ରତିଦିନ ୧୦୦ ଏସଏମଏସ୍ ମଧ୍ୟ ଦିଆଯାଉଛି । ଏହାର ଅର୍ଥ ପୁରା ବୈଧତା ସମୟରେ ଗ୍ରାହକଙ୍କୁ ମିଳୁଛି ୫୬ ଜିବି ଡାଟା । ଯାହାକୁ ଜିଓର ୧୯୮ ଟଙ୍କିଆ ଯୋଜନା ସହ ତୁଳନା କରାଯାଉଛି । ୩୪୯ ଟଙ୍କିଆ ଯୋଜନା ଅନୁସାରେ ଆଲୋଚନା କରିବା । ଏଥିରେ ପୁରୁଣା ୭୦ ଜିବି ଡାଟା ତୁଳନାରେ ୨୮ ଦିନ ପର୍ଯ୍ୟନ୍ତ ବୈଧତା ସମୟରେ ପାଖାପାଖି ୮୪ ଜିବି ୪ ଜିଡାଟା ଗ୍ରାହକଙ୍କୁ ଉପଲବ୍ଧ କରାଯାଉଛି । ଏହି ଯୋଜନାରରେ ଅସୀମିତ କଲ ଓ ପ୍ରତିଦିନ ୧୦୦ ଏସଏମଏସ ସୁବିଧା ମଧ୍ୟ ଦିଆଯାଉଛି । ଏହାସହ ଭଏଲ କଲିଂ ସୁବିଧା ମଧ୍ୟ ଉପଲବ୍ଧ ।