ଜିଓ ୪ଜି ଫୋନକୁ କଡ଼ା ଟକ୍କର ! ଏୟାରଟେଲ୍ ଆଣିପାରେ ୨୫୦୦ ଟଙ୍କାର ସ୍ମାର୍ଟଫୋନ୍

49

କନକ ବ୍ୟୁରୋ : ଜିଓର ଶସ୍ତା ସ୍ମାର୍ଟଫୋନþ ଲଂଚ ହେବା ପରେ ଖବର ଆସିଲା ଅନ୍ୟ କମ୍ପାନୀ ମାନେ ମଧ୍ୟ ଶସ୍ତା ସ୍ମାର୍ଟଫୋନ୍ ଲଂଚþ କରିପାରନ୍ତି । ଆଉ ଏହି ଖବର କିଛିକାଂଶରେ ସତ ହେଲା ମଧ୍ୟ । ଅନେକ କମ୍ପାନୀ ଏନେଇ ଘୋଷଣା ମଧ୍ୟ କରି ଦେଇଛନ୍ତି । ଜିଓ ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଏୟାରଟେଲ୍ । ଏଥିପାଇଁ ଜିଓ ଫୋନକୁ ଟକ୍କର ଦେବା ପାଇଁ ଏୟାରଟେଲþ ଖୁବ ଶୀଘ୍ର ଶସ୍ତା ୪ଜି ଫୋନ୍ ଲଂଚ୍ କରିପାରେ ବୋଲି ଶୁଣିବା ପାଇଁ ମିଳୁଛି । ଇକୋନୋମିକ୍ସ ଟାଇମ୍ସର ଏକ ଖବର ଅନୁସାରେ ଏୟାରଟେଲ୍, ଦୀପାବଳୀ ଅବସରରେ ୨୫୦୦ ଟଙ୍କାରେ ୪ଜି ସ୍ମାର୍ଟଫୋନ ସହ ଅନେକ ଅଫର୍ ଲଂଚ୍ କରିପାରେ । ଏଥିପାଇଁ କମ୍ପାନୀ ହ୍ୟାଣ୍ଡସେଟ୍ ତିଆରି କରୁଥିବା କମ୍ପାନୀ ସହ କଥାବାର୍ତ୍ତା କରୁଛନ୍ତି ।

ରିଲାଏନ୍ସ ଜିଓ ଶୂନ୍ୟ ଟଙ୍କାରେ ଜିଓ ଫୋନ ଲଂଚ କରିଥିଲା । କିନ୍ତୁ ଜିଓ ଫୋନ୍ କିଣିବା ପାଇଁ ସିକ୍ୟୁରିଟି ଦୃଷ୍ଟିରୁ ୧୫୦୦ ଟଙ୍କା ଦେବାକୁ ପଡ଼ିବ । ଏହାର ଅର୍ଥ ଏୟାରଟେଲ ୨୫୦୦ ଟଙ୍କାରେ ସ୍ମାର୍ଟଫୋନ୍ ଲଂଚ୍ କରିବା ଦ୍ୱାରା ଏହା ଜିଓ ଫୋନ ଉପରେ ଭାରି ପଡ଼ିବ । କାରଣ ଜିଓଫୋନ ପିଚର ଫୋନ ହେବ କିନ୍ତୁ ଏୟାରଟେଲ ସ୍ମାର୍ଟଫୋନ ହେବ ।

ରିପୋର୍ଟରେ କୁହାଯାଇଛି, ଏୟାରଟେଲ ୨୫୦୦ ଟଙ୍କାରେ ସ୍ମାର୍ଟଫୋନ ଆଣିବ ଯାହା ଜିଓ ଫିିଚର ଫୋନ ତୁଳନାରେ ବଡ଼ ସ୍କ୍ରିନ, ଭଲ କ୍ୟାମେରା ଓ ଭଲ ପ୍ରଦର୍ଶନ କରିବ । ଫିଚର ଫୋନରେ ନିଜର ସୀମା ରହିଛି । କିନ୍ତୁ ସ୍କାର୍ଟଫୋନରେ ସେପରି କିଛି ସୀମା ନାହିଁ । ଏଥିପାଇଁ ଗ୍ରାହକ ୧୦୦୦ ଟଙ୍କା ଅଧିକ ଦେଇ ସ୍କାର୍ଟଫୋନ କିଣିବା ପାଇଁ ପସନ୍ଦ କରିବେ । ତେବେ ଏଇଠି ଏୟାରଟେଲ କିପରି ଅଫର ଉପସ୍ଥାପନ କରୁଛି, ତା’ ଉପରେ ନିର୍ଭର କରୁଛି । ତେବେ ଏତିକି ଟଙ୍କା ଭିତରେ ଏତେ ଭଲ ଫିଚର ଦେବା ଏୟାରଟେଲ ପାଇଁ ଏକ ଚ୍ୟାଲଂଜ ହୋଇଯିବ ।

ସୂଚନାଯୋଗ୍ୟ ପୂର୍ବରୁ ଜିଓକୁ ଟକ୍କର ଦେବା ପାଇଁ ଅନେକ କମ୍ପାନୀ ୪ଜି ସ୍ମାର୍ଟଫୋନ୍ ଲଂଚ କିରିବା ପାଇଁ ଘୋଷଣା କରିସାରିଛନ୍ତି । ନା କେବଳ ଏୟାରଟେଲ, ଭୋଡାଫୋନ, ଆଇଡ଼ିଆ କମ୍ପାନୀ ଭାଗିଦାରୀରେ ୪ଜି ସ୍ମାର୍ଟଫୋନ ଲଂଚ କରିପାରିନ୍ତି । ଏଥିରେ ଅସୀମିତ ଡାଟା ଓ କଲିଂ ବ୍ୟବସ୍ଥା ଦିଆଯିବାର ସମ୍ଭାବନା ରହିଛି ।