ଆସନ୍ତା ସପ୍ତାହରେ ଲଂଚ ହୋଇପାରେ ଏୟାରଟେଲର ୪ଜି ସ୍ମାର୍ଟଫୋନ୍ ! ୨୦୦୦ ଟଙ୍କାରୁ ମଧ୍ୟ କମ୍ ମୂଲ୍ୟରେ ହେବ ଉପଲବ୍ଧ

20

ଜିଓର ୪ଜି ଫିଚର ଫୋନ୍ ଲଂଚ ହେବା ପରେ ଏୟାରଟେଲ୍, ଆଇଡ଼ିଆ ଓ ଭୋଡ଼ାଫୋନ ଆଦି ଟେଲିକମ୍ କମ୍ପାନୀଗୁଡ଼ିକ ଶସ୍ତା ଫୋନ ଲଂଚ କରିବେ ବୋଲି ଖବର ଆସିଛି । ରିପୋର୍ଟ ଅନୁସାରେ ଜଣାପଡ଼ିଛି ଏୟାରଟେଲ୍ ନିଜର ୪ ଜି ସ୍ମାର୍ଟଫୋନ୍ ଲଞ୍ଚିଂ ପାଇଁ ପୁରା ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ସୂଚନା ଅନୁସାରେ ଆଗାମୀ airtel-ସପ୍ତାହରେ ଲଂଚ ହେବ ଏୟାରଟେଲ୍ ୪ଜି ସ୍ମାର୍ଟଫୋନ । ରିପୋର୍ଟ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ଏୟାରଟେଲ ନିଜର ୪ଜି ସ୍ମାର୍ଟଫୋନ୍ ଲଂଚ କରିବ ଏବଂ ଏହି ଫୋନର ମୂଲ୍ୟ ୨,୦୦୦ ଟଙ୍କାରୁ ମଧ୍ୟ କମ ରହିବ । ଏହା ପୂର୍ବରୁ ଖବର ଆସିଥିଲା ୨,୫୦୦ ଟଙ୍କାରେ ୪ଜି ସ୍ମାର୍ଟଫୋନ୍ ଉପଲବ୍ଧ କରାଇବ ଏୟାରଟେଲ କମ୍ପାନୀ ।

ଏହାସହ ରିପୋର୍ଟରେ କୁହାଯାଇଥିଲା ଏୟାରଟେଲ ଫୋନ ସହ କମ୍ପାନୀ ଅନେକ ମନଲୋଭା ଅଫର ମଧ୍ୟ ଉପସ୍ଥାପନ କରିବ । ରିପୋର୍ଟ ଅନୁସାରେ ଏହି ଫୋନରେ ୪ ଇଂଚର ଡିସପ୍ଲେ, ୧ ଜିବି ରାମ୍ ଓ କ୍ୱାଡ଼କୋର ପ୍ରୋସସେର ରହିବ । ଫୋନରେ ଫ୍ରଂଟ ଓ ରିୟର କ୍ୟାମେରା ଉଭୟ ରହିବ । ଫୋନରେ ୧୪୦୦ଏମଏଏଚ୍ ଠାରୁ ଆରମ୍ଭ କରି ୧୬୦୦ଏମଏଏଚ୍ ବ୍ୟାଟେରୀ ହୋଇପାରେ । ଏହାସହ ଫୋନରେ ଆଣ୍ଡ୍ରଏଡ଼୍ ନୁଗଟ ୭.୦ ଓଏସ୍ ହେବାର ସୂଚନା ମିଳିଛି । ତେବେ ଏନେଇ ଏୟାରଟେଲ ପକ୍ଷରୁ କୌଣସି ସ୍ପଷ୍ଟ ମତ ପ୍ରକାଶ ପାଇନି ।