ଗ୍ରାହକଙ୍କ ପାଇଁ ଖୁସି ଖବର ! ଏୟାରଟେଲ ତରଫରୁ ଏକ ବର୍ଷ ପର୍ଯ୍ୟନ୍ତ ଅସୀମିତ ୪ଜି ଡାଟା ଓ କଲିଂ ସୁବିଧା

78

ମୋବାଇଲ କମ୍ପାନୀ ମାନଙ୍କ ମଧ୍ୟରେ ହେଉଥିବା ଡାଟା ଯୁଦ୍ଧରେ ଗୋଟିଏ ପରେ ଗୋଟିଏ ଅଫର ସାମ୍ନାକୁ ଆସୁଛି । ଏବେ ଏୟାରେଟେଲ ଏକ ବର୍ଷ ପାଇଁ ଅସୀମିତି ୪ଜି ଡାଟା ଦେବା ପାଇଁ ଅଫର ଆଣିଛି । କମ୍ପାନୀ ଏହି ଅଫର ମାଇକ୍ରୋମାକ୍ସ ସହି ମିଶି ତିଆରି ବଜାରକୁ ଆଣିଥିବା ଜଣା ପଡିଛି । ଏପଟେ ଏୟାରଟେଲ ବିରୋଧରେ ଯାଞ୍ଚ ଆରମ୍ଭ ଖବର ଆସିଛି ।

ଏୟାରଟେଲର ଏହି ଅଫର ଅନୁସାରେ ବୁଧବାର ଲଞ୍ଚ ହୋଇଥିବା ମାଇକ୍ରୋମାକ୍ସ କ୍ୟାନଭାସ ୨ କିଣିବା ପରେ ଏକ ବର୍ଷ ପର୍ଯ୍ୟନ୍ତ ଏୟାରଟେଲ ରୁ ଏୟାରଟେଲ ମାଗଣା କଲ ସୁବିଧା ମିଳିବ । ଏହା ବ୍ୟତିତ ଗ୍ରାହକଙ୍କୁ କୌଣସି ଅନ୍ୟ ଚାର୍ଜ ନଦେଇ ବର୍ଷ ସାରା ଅସୀମିତ ମାଗଣା ଡାଟା ମିଳିବ ।

ମାଇକ୍ରୋମାକ୍ସ ବୁଧବାର ଦିନ ନିଜର ଡୁଆଲ ସିମ ୪ ଜି ଭୋଲଟି ସ୍ମାର୍ଟଫୋନ ମାଇକ୍ରୋମାକ୍ସ କ୍ୟାନଭାସ ୨ ଲଞ୍ଚ କରିଛି । ଯାହାର ମୂଲ୍ୟ ରହିଛି ୧୧୯୯୯ । ମାଇକ୍ରୋମାକ୍ସର ମୁଖ୍ୟ ମାର୍କେଟିଙ୍ଗ ଅଫିସର କହିଛନ୍ତି ଉଭୟ କମ୍ପାନୀ ମଧ୍ୟରେ ହୋଇଥିବା ସର୍ତ୍ତ ମୁତାବକ , ଏୟାରେଟେଲ ପ୍ରତିଦିନ ଏକ ଜିବି ୪ଜି ଡାଟା ଦେବ । ଏହାପରେ ଡାଟାର ବେଗ କମିଯିବ ।

                                            ସୌଜନ୍ୟ-ମନିଭାସ୍କର.କମ