ଏୟାରଟେଲ୍ ର ଏହି ଗୋଟିଏ ଭୁଲ୍ ପାଇଁ ଖାଲି ହୋଇଯାଇଛି ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ : ଆପଣଙ୍କ ସହ ବି ହୋଇପାରେ ଏହି ଘଟଣା, ରୁହନ୍ତୁ ସାବଧାନ

41

ଗୋଟିଏ ଭୁଲ୍ ପାଇଁ ଏୟାରଟେଲ୍ କମ୍ପାନୀ ଉପରେ ଲାଗିଛି ୪ ଲକ୍ଷ ଟଙ୍କାର ଜରିମାନା । ବିନା ଯାଂଚରେ ଅଜ୍ଞାତ ବ୍ୟକ୍ତିଙ୍କୁ ଜାଲ୍ ଦସ୍ତାବିଜ୍ ଜରିଆରେ ନକଲି ସିିମ୍ ଜାରି କରିବା ଦ୍ୱାରା ସିମ୍ ପ୍ରାପ୍ତ କରୁଥିବା ଦୁର୍ବୃତ୍ତ ମାନେ ସେହି ଉପଭୋକ୍ତାଙ୍କ ଖାତାରୁ ଅନଲାଇନ୍ ବ୍ୟାଙ୍କିଙ୍ଗ ଜରିଆରେ ୨.୮୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

ସେନାରେ କାର୍ଯ୍ୟରତ ଉପଭୋକ୍ତା ଏହି ମାମଲାରେ ଏକ ଅଭିଯୋଗ ପତ୍ର ଜିଲ୍ଲା ଉପଭୋକ୍ତା ଫୋରମ୍ ରେ ଦାଖଲ କରିଛନ୍ତି । ଫୋରମ ନିଜର ଆଦେଶରେ ଏୟାରଟେଲ୍ କମ୍ପାନୀକୁ ଉପଭୋକ୍ତାଙ୍କ ଖାତାରୁ ଲୁଟ୍ ହୋଇଥିବା ୨.୮୭ ଲକ୍ଷ ଟଙ୍କାର ରାଶି ସହିତ ମାନସିକ କଷ୍ଟ ପାଇଁ ୧ ଲକ୍ଷ ଟଙ୍କା ଏବଂ ଏହା ବାଦ୍ ବ୍ୟୟ ପାଇଁ ୧୫ ହଜାର ଟଙ୍କାର ପେମେଣ୍ଟ କରିବାକୁ କହିଛନ୍ତି ।

ସୂଚନାଯୋଗ୍ୟ, ଏୟାରଟେଲ୍ ର ମୋବାଇଲ ନମ୍ବର ୭୭୩୯୪…..( ସିମ୍) ନେଇଥିଲେ । ମେ ୨୦୧୭ରେ ଜମ୍ମୁ-କାଶ୍ମୀରରେ ମୁତୟନ ଥିବା ସମୟରେ କିଛି ନେଟୱର୍କ ଉପଲବ୍ଧ ନଥିବା କାରଣରୁ ସେ ମୋବାଇଲ୍ ର ବ୍ୟବହାର କରିପାରିନଥିଲେ । ଏହି ସମୟରେ କିଛି ଅଜ୍ଞାତ ଯୁବକ ଜାଲ୍ ନାମ ଓ ପରିଚୟ ପତ୍ର ଜରିଆରେ ନକଲି ସିମ୍ ତିଆରି କରାଇ ଫ୍ରଡ କରି କି ୧୮ ମେ ୨୦୧୭ରେ ତାଙ୍କର ବ୍ୟାଙ୍କ ଖାତାରୁ ଅନଲାଇନ୍ ବ୍ୟାଙ୍କିଙ୍ଗ ଜରିଆରେ ୨.୮୭ ଲକ୍ଷ ଟଙ୍କା ନେଇଗଲେ ।