ରିଲାଏନ୍ସ ଜିଓକୁ ଟକ୍କର ଦେବ ଏୟାରଟେଲ । ଗ୍ରାହକଙ୍କ ପାଇଁ ବମ୍ପର ଅଫର ଆଣିଲା ଦେଶର ବଡ ଟେଲିକମ କମ୍ପାନୀ 

33

ଏୟାରଟେଲ ତାର ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁନାହିଁ । ଏୟାରଟେଲ ମାତ୍ର ୧୬୯ଟଙ୍କାରେ ଉପଭୋକ୍ତାଙ୍କ ପାଇଁ ଆଣିଛି ନୂଆ ପ୍ଲାନ । ଯେଉଁଥିରେ ଆପଣ ପ୍ରତିଦିନ ୧ଜିବି ଡାଟା ପାଇପାରିବେ । ଏୟାରଟେଲ ପ୍ରଥମ ସ୍ମାର୍ଟ ଫୋନ ଯୋଜନାରେ ଏହି ଫାଇଦା ଗ୍ରାହକମାନେ ନେଇପାରିବେ । ୪ଜି ଗ୍ରାହକଙ୍କ ପାଇଁ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧ଜିବି ଡାଟା ବ୍ୟବହାର କରିପାରିବେ ।

ନିକଟରେ ଜିଓ ତାର ଗ୍ରାହକଙ୍କ ପାଇଁ ୧୫୩ ଟଙ୍କା ରିଚାର୍ଜ କରି ୨୮ ଦିନ ପର୍ଯ୍ୟନ୍ତ ୧ଜିବିି ଡାଟା ସହ ଅସିମୀତ କଲ କରିପାରୁଥିଲେ । ତାକୁ  ମୁକାବିଲା କରିବା ପାଇଁ ଏୟାରଟେଲ ତାର ନୂଆ ପ୍ଲାନ ଆଣିଛି । ଏଥିରେ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧ଜିବି ଡାଟା ବ୍ୟବହାର ଅସିମୀତ କଲ କରିପାରିବେ । କିନ୍ତୁ ଏହି ପ୍ଲାନରେ ଏସଏମଏସ ସୁବିଧା ଗ୍ରାହକଙ୍କୁ ମିଳିବ ନାହିଁ ।

ପୂର୍ବରୁ ଏୟାରଟେଲ ରିଲାଏନ୍ସ ଜିଓ ସହ ମୁକାବିଲା ଲାଗି  ପ୍ରିପେଡ ଗ୍ରାହକଙ୍କ ପାଇଁ ପାଇଁ ୧୯୯,୪୪୮ ଓ ୫୦୯ଟଙ୍କାର ଭାଉଚର ଆଣିଥିଲା । ଏହି ନୂଆପ୍ଲାନ ଦ୍ୱାରା ଗ୍ରାହକ ମନଇଚ୍ଛା ଫାଇଦା ଉଠାଇପାରିବେ । ପ୍ରତିଦିନ ୧.୪ ଜିବି ଡାଟା ବ୍ୟବହାର କରିପାରିବେ ଗ୍ରାହକ । ତାସହ  ଅସୀମିତ କଲ , ପ୍ରତିଦିନ ଶହେ ଏସଏମଏସ ମାଗଣା ସୁବିଧା ମିଳିପାରିବ । ନୂଆପ୍ଲାନର ବୈଧତା୨୮ ଦିନ ପାଇଁ ୧୯୯ଟଙ୍କା, ୪୪୮ଟଙ୍କାରେ ୮୨ ଦିନ  ଓ ୫୦୯ ଟଙ୍କାର ରିଚାର୍ଜ କରି ୯୦ ଦିନ ପର୍ଯ୍ୟନ୍ତ ଏହି  ସୁବିଧାର ଲାଭ ଉଠାଇପାରିବେ ।