ଏୟାରଟେଲ୍ ଲଞ୍ଚ୍ କଲା ଜିଓ ଠାରୁ ବି ଶସ୍ତା ପ୍ଲାନ୍ ! ଅଧିକ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ । 

36

ଭାରତୀ ଏୟାରଟେଲ୍ ଜିଓ ଠାରୁ ବି ଶସ୍ତା ପ୍ଲାନକୁ ଲଞ୍ଚ୍ କରିଛି । ଏହା କମ୍ପାନୀର ପ୍ରାରମ୍ଭ ପ୍ରିପେଡ୍ ପ୍ଲାନ୍ ବୋଲି କହିପାରିବା ଯାହା ୧୪୯ ଟଙ୍କାରେ ମିଳୁଛି । ରିପୋର୍ଟ ଅନୁସାରେ ପ୍ରତିଦିନ କମ୍ପାନୀ ଗ୍ରାହକଙ୍କୁ ୨ ଜିବି ଡାଟା ଯୋଗାଇଦେବ । ଅର୍ଥାତ୍ ୧୪୯ ଟଙ୍କାରେ ୟୁଜର୍ସଙ୍କୁ ମୋଟ ୫୬ ଜିବି ଡାଟା ମିଳିବ । ପୂର୍ବରୁ ଏଥିରେ ୧ ଜିବି ଡାଟା ମିଳୁଥିଲା । ଡାଟା ସହିତ ୟୁଜର୍ସଙ୍କୁ ଅନଲିମିଟେଡ୍ ଲୋକାଲ୍ ଏବଂ ନ୍ୟାସନାଲ୍ ଭଏସ୍ କଲିଙ୍ଗ୍ ଦିଆଯାଉଛି ଏବଂ ପ୍ରତିଦିନ ୧୦୦ ମେସେଜ୍ ମଧ୍ୟ ଦିଆଯିବ ।

ରିଲାଏନ୍ସ ଜିଓରେ ୧୪୯ ଟଙ୍କାରେ ୪୨ ଜିବି ଡାଟା ମିଳୁଥିବା ବେଳେ ଏୟାରଟେଲ୍ ୫୬ ଜିବି ଡାଟା ଦେଇ ୟୁଜର୍ସଙ୍କ ଫାଇଦା କରାଉଛି । ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓରେ ଆଉ ଏକ ଫରକ ରହିଛି ଜିଓ କେବଳ ୪ଜି ଡାଟା ଦେଉଥିବା ବେଳେ ଏୟାରଟେଲ୍ ନେଟୱର୍କ ୨ଜି,୩ଜି ଏବଂ ୪ଜି ଡାଟା ମଧ୍ୟ ଉପଲବ୍ଧ କରାଉଛି । ବର୍ତ୍ତମାନ ଭାରତର କିଛି ସ୍ଥାନରେ ୪ଜି ନେଟୱର୍କ ନାହିଁ । ତେଣୁ ଏୟାରଟେଲର ଏହି ପ୍ଲାନ୍ ଜିଓ ଉପରେ ଭାରୀ ପଡିବାର ଅନୁମାନ ଲଗାଯାଉଛି ।