ଏୟାରଷ୍ଟ୍ରାଇକକୁ ନେଇ ଭାରତକୁ ସମର୍ଥନ ଜଣାଇଲା ଫ୍ରାନ୍ସ ! କହିଲା, ଆତଙ୍କବାଦର ମୂଳପୋଛ ହେବା ଦରକାର

264

କନକ ବ୍ୟୁରୋ : ପାକିସ୍ତାନରେ ପଶି ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କ ଆଡ଼ା ଧ୍ବଂସ କରିବା ସଂଯୁକ୍ତ ଯୁକ୍ତିଯୁକ୍ତ ଏବଂ ଆତ୍ମରକ୍ଷା ପାଇଁ ଭାରତର ପୂର୍ଣ୍ଣ ଅଧିକାର ରହିଛି ବୋଲି ଫ୍ରାନ୍ସ କହିଛି । ଭାରତର କାର୍ଯ୍ୟାନୁଷ୍ଠାନ ଦୃଢ଼ ସମର୍ଥନ କରି ଫ୍ରାନସ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭାରତ ସର୍ବଦା ଆତଙ୍କବାଦ ବିରୋଧୀ ଲଢ଼େଇରେ ନିଷ୍ଠାପର ଭାବେ କାର‌୍ୟ୍ୟ କରିଛି । ଭାରତ ନିଜକୁ ସୁରକ୍ଷିତ ରଖିବା ପାଇଁ ଆତଙ୍କବାଦୀ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିବା ଜରୁରୀ ଥିଲା । ପାକିସ୍ତାନ ସରକାର ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଉଚିତ ବୋଲି ଫ୍ରାନ୍ସ କହିଛି ।

ସୂଚନାଯୋଗ୍ୟ ପୁଲୱାମା ଆକ୍ରମଣର ୧୨ ଦିନ ଭିତରେ ପ୍ରତିଶୋଧ ନେଇଛି ଭାରତ । ୧୯୭୧ ପରେ ପାକିସ୍ତାନ ମାଟିରେ ଭାରତ କରିଛି ସବୁଠୁ ବଡ ଏୟାର ଷ୍ଟ୍ରାଇକ୍ । ଗତକାଲି ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ବଡ ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋରୁ ପାକିସ୍ତାନ ମାଟିରେ ପଶି ଆତଙ୍କୀ ଲଂଚପ୍ୟାଡ ଉପରେ ଜୋରଦାର ବୋମା ବର୍ଷଣ କରିଛି ଭାରତୀୟ ଯୁଦ୍ଧ ବିମାନ । ପାକ୍ ଅଧିକୃତ କାଶ୍ମୀରର ବାଲାକୋଟ୍, ମୁଜାଫରାବାଦ ଓ ଚକୋଟିରେ ଆକାଶମାର୍ଗରୁ ଆକ୍ରମଣ କରିଛି ଭାରତ । ପୁଲୱାମା ହମଲା ପଛରେ ଥିବା ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଠିକଣା ଉପରେ ହୋଇଛି ସାଂଘାତିକ ଆକ୍ରମଣ ।