ବିମାନ ବନ୍ଦରରେ ମହିଳାଙ୍କୁ ମାଡ ମାରିବା ଘଟଣାର ନୂଆ ମୋଡ ! ଏତଲା ପରେ ସାମନାକୁ ଆସିଛି ଘଟଣା ପଛର ସତ

36

କନକ ବ୍ୟୁରୋ : ଭୁବନେଶ୍ୱର ଏୟାପୋର୍ଟରେ ମହିଳାଙ୍କମାଡ ମାରିବା ଭିଡିଓ ଭାଇରାଲ ଘଟଣା ନେଇଛି ନୂଆ ମୋଡ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଲୋକ ଲୋଚନକୁ ଆସିବା ପରେ, ଭିଡିଓ ପଛର ସତ କଣ ସେନେଇ ସେତେବେଳେ ସ୍ପଷ୍ଟ ହେଲା ଯେତେବେଳେ, ମାଡ ଖାଇଥିବା ସ୍ୱାମୀ ଓ ତାଙ୍କ ପ୍ରେମିକା ସ୍ପିଡ ପୋଷ୍ଟ ମାଧ୍ୟମରେ ପୁଲିସ ପାଖରେ ଅଭିଯୋଗ କଲେ ।

ଏୟାରପୋର୍ଟରେ ମହିଳାଙ୍କୁ ମାଡ ମାରିବା ପରେ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ବାଙ୍ଗାଲୁରୁ ଫେରୁଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଯୋଜନା ବଦ୍ଧ ଭାବରେ ସମ୍ପୃକ୍ତ ମହିଳା ୮ ଜଣ ଲୋକଙ୍କ ସହ ମହିଳାଙ୍କୁ ମାଡ ମାରିଥିବା ନେଇ ସେ କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ସମୟରେ କହିଛନ୍ତି ।

ଏୟାରପୋର୍ଟରେ ମହିଳାଙ୍କୁ ସ୍ୱାମୀଙ୍କ ପ୍ରେମୀକା ଅଭିଯୋଗରେ ମାଡ ମାରିବା ଭିଜୁଆଲ ଭାଇରାଲ ଘଟଣା ଭିନ୍ନ ମୋଡ ନେଇଛି । ମାଡ ଖାଇଥିବା ମହିଳା ଓ ମାଡ ମାରିଥିବା ମହିଳାଙ୍କ ସ୍ୱାମୀ ଏନେଇ ଥାନାରେ ମାମଲା ରୁଜୁ କରିବା ପରେ ଘଟଣା ସତ ସାମ୍ନାକୁ ଆସିଛି । ମାଡ ଖାଇଥିବା ସ୍ୱାମୀ କନକ ନ୍ୟୁଜ ଆଗରେ ଗୋଟି ଗୋଟି କରି ସବୁ କହିଛନ୍ତି ।