୩୦ % ଶସ୍ତା ହେଲା ବିମାନ ଟିକେଟ! ବିଦେଶ ଭ୍ରମଣକାରୀଙ୍କୁ ଆକର୍ଷିତ କରିବା ପାଇଁ ବିମାନ କଂପାନୀଙ୍କ ଡିସକାଉଂଟ ଅଫର

78

କନକ ବ୍ୟୁରୋ : ଏବେ ବିମାନ କଂପାନୀମାନେ ବିଦେଶ ଭ୍ରମଣକାରୀଙ୍କୁ ଆକର୍ଷିତ କରିବାକୁ ଭିନ୍ନ ତରିକା ଆପଣେଇଛନ୍ତି । ବଡ ବଡ ଏୟାରଲାଇନ୍ସ କଂପାନୀମାନେ ବିଦେଶ ଭ୍ରମଣ କରୁଥିବା ଭାରତୀୟଙ୍କୁ ବଡ ଅଫର ଦେଇଛନ୍ତି । ଆଉ ଭ୍ରମଣକାରୀଙ୍କୁ ଆକର୍ଷିତ କରିବା ପାଇଁ ଟିକଟ ଦରରେ ହ୍ରାସ କରିଛନ୍ତି । ଅଫର ଅନୁସାରେ , ଗଲଫ ଦେଶଗୁଡିକରୁ ୧୦,୦୦୦ଟଙ୍କା , ୟୁରୋପୀୟ ଦେଶଗୁଡିକରୁ ୩୩.୦୦୦ଟଙ୍କା ଏବଂ ନର୍ଥ ଆମେରିକା ଦେଶଗୁଡିକରୁ ଫେରିବା ଟିକେଟ୍ ୫୫,୦୦୦ ଟଙ୍କାରୁ ଆରମ୍ଭ ହେଉଛି । ଏବେ କିଛି ଭାରତୀୟ ଓ ବିଦେଶ ଏୟାରଲାଇନ୍ସ କଂପାନୀମାନେ ଏହି ଲୋକପ୍ରିୟ ରୁଟ୍ସ ପାଇଁ ସାମାନ୍ୟ ଦାମରୁ ୩୦ପ୍ରତିଶତ ଶସ୍ତାରେ ଟିକେଟ୍ ଦେଉଛନ୍ତି ।

କଂପାନୀମାନେ ଅଲଗା ଅଲଗା ଅବଧିରେ ସେଲ୍ ଅଫର ଦେଉଛନ୍ତି । ଏବଂ ଏହା ବି କହୁଛନ୍ତି କି କୌଣସି ଖାସ୍ ସମୟ ଅବଧିରେ ଯାତ୍ରାର ଟିକେଟ୍ ନେବାରେ ଅଫର ମିଳିବ । ବାସ୍ତବିକ୍ ବିଦେଶ ଏୟାରଲାଇନ୍ସ କଂପାନୀମାନେ ଭାରତୀୟ କଂପାନୀଗୁଡିକର ଅନୁକରଣ କରି ଅଫର ସବୁ ଲଂଚ କରୁଛନ୍ତି । ଭାରତୀୟ କଂପାନୀମାନେ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ଲଗାତାର ଡିସକାଉଂଟ ଅଫରର ଘୋଷଣା କରୁଛନ୍ତି ।
ଜେଟ୍ ଏୟାରବେଜ୍ ପ୍ୟାରିସକୁ, ଅଟୋମାନ ଓ ଭିଏନା ପାଇଁ ଟିକଟ ଦରରେ ୨୦ପ୍ରତିଶତ ଡିସକାଉଣ୍ଟ ଦେଉଛି । ତୁର୍କୀ ଏୟାରଲାଇନ୍ସ ନିଜର ମୋବାଇଲ୍ ଆପ୍ ରେ ଲାଟେଷ୍ଟ ଭର୍ସନ ରେ ଟିକେଟ୍ ବୁକ୍ କରୁଥିବା ସବୁ ଯାତ୍ରୀଙ୍କୁ ୧୫% ଡିସକାଉଣ୍ଟ ଅଫର କରୁଛନ୍ତି । ଏହି ପ୍ରକାରରେ , ଗଳ୍ଫ କ୍ୟାରିୟର ମଧ୍ୟ କିଛି ଅବଧି ପାଇଁ ଫେୟାରରେ ଦର କମ୍ କରିଛି । ଏମିରେଟ୍ , ଏଟିହାଦ୍ ଓ କତାର ଏୟାରୱେ ଭାରତୀୟ ବିମାନ ଯାତ୍ରୀଙ୍କୁ ଆକର୍ଷିତ କରିବାରେ ସବୁଠୁ ଆଗରେ । ଏମିରେଟ୍ କହିଛି , ‘ଇକୋନୋମି କ୍ଲାସ୍ ରୁ ଦିଲ୍ଲୀରୁ ମଧ୍ୟ ପୂର୍ବ ( ପଶ୍ଚିମ ଏସିଆ)ର ଦେଶଗୁଡିକ ପାଇଁ ୧୩,୬୦୦ ଟଙ୍କା , ୟୁରୋପ ପାଇଁ ୩୪, ୮୦୦ ଟଙ୍କା ଏବଂ ଆମେରିକା ପାଇଁ ୫୭,୪୦୦ ଟଙ୍କା ଅଲ୍ –ଇନକ୍ଲୁସିଭ୍ ଟିକେଟ୍ ମିଳୁଛି । ’

( ସୌଜନ୍ୟ-ନବଭାରତ ଟାଇମ୍ସ )