କରୋନା ପାଇଁ ବିମାନସେବା ପ୍ରଭାବିତ । ୨୫୬ ସିଟ୍ ବିମାନରେ ଉଡ଼ିଲେ ମାତ୍ର ୨୫ ଯାତ୍ରୀ, ସେପଟେ କୁଏତ ସମେତ ୬ଟି ଦେଶକୁ ବନ୍ଦ ହେଲା ଉଡ଼ାଣ ।

224

କନକ ବ୍ୟୁରୋ : ଚୀନର ଉହାନରୁ ଆରମ୍ଭ ହୋଇଥିବା ଭୟାବହ କରୋନା ଭୂତାଣୁ ସଂକ୍ରମଣ ଏବେ ୯୭ଟି ଦେଶକୁ ବ୍ୟାପିଲାଣି । ଭାରତରେ ୩୪ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେପଟେ କରୋନା ଭୟ ଯୋଗୁଁ ବିମାନସେବା ପ୍ରଭାବିତ ହୋଇଛି । ଦିଲ୍ଲୀରୁ ଲଣ୍ଡନ, ନ୍ୟୁୟର୍କ, ତୁର୍କୀ ଭଳି ସ୍ଥାନକୁ ବିମାନ ସେବା ବ୍ୟାପକ ଭାବରେ ପ୍ରଭାବିତ ହୋଇଛି । ଏମିତି କି ୨୫୬ ସିଟ୍ ବିଶିଷ୍ଟ ଏକ ବିମାନରେ ମାତ୍ର ୨୫ ଜଣ ଯାତ୍ରୀ ଉଡାଣ ଭରିଛନ୍ତି । ସେପଟେ କୁଏତ ସମେତ ୬ଟି ଦେଶକୁ ଉଡ଼ାଣ ବନ୍ଦ ହୋଇଛି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାକୁ ଲାଗିଛି । ଶନିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଂଚିଛି । ପଂଜାବ ଅମୃତସର ସହରରେ ୨ ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିିଛି । ପୁଣେ ପଠାଯାଇଥିବା ରିପୋର୍ଟ ଆସିବା ପରେ ୨ ଜଣଙ୍କ ନମୂନା ପଜିଟିଭି ଥିବା ନେଇ ଅମୃତସରର ଗୁରୁନାନକ ଦେବ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଦିଲ୍ଲୀ ଓ ଗୁରଗ୍ରାମରେ ଆକ୍ରାନ୍ତ ଥିବା ୩୧ କରୋନା ରୋଗୀଙ୍କୁ ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦି କରୋନା ଗୁଜବରୁ ଦୁରେଇ ରହିବା ସହ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ।

କରୋନା ଭୟ ଯୋଗୁଁ ବିମାନସେବା ପ୍ରଭାବିତ ହୋଇଛି । ଦିଲ୍ଲୀରୁ ଲଣ୍ଡନ, ନ୍ୟୁୟର୍କ, ତୁର୍କୀ ଭଳି ସ୍ଥାନକୁ ବିମାନ ସେବା ବ୍ୟାପକ ଭାବରେ ପ୍ରଭାବିତ ହୋଇଛି । ଏମିତି କି ୨୫୬ ସିଟ୍ ବିଶିଷ୍ଟ ଏକ ବିମାନରେ ମାତ୍ର ୨୫ ଜଣ ଯାତ୍ରୀ ଉଡାଣ ଭରିଛନ୍ତି । ସେପଟେ କୁଏତ ସମେତ ୬ଟି ଦେଶକୁ ଉଡ଼ାଣ ବନ୍ଦ ହୋଇଛି । ବଢୁଥିବା କରୋନା ଆକ୍ରାନ୍ତ ସଂଖ୍ୟାକୁ ଦେଖି ଆଗାମୀ ସପ୍ତାହକ ଯାଏଁ ଉଭୟ ପଟୁ ଅର୍ଥାତ୍ ଭାରତରୁ କୁଏତ ଏବଂ କୁଏତରୁ ଭାରତକୁ ସମସ୍ତ ବିମାନ ଚଳାଚଳ ବନ୍ଦ ରହିବ । ଏନେଇ କୁଏତ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।

ସୂଚନା ଅନୁସାରେ ଭାରତ ସମେତ ୭ଟି ଦେଶ ସହିତ ବିମାନ ଚଳାଚଳ ବନ୍ଦ କରିଛି । ଇଜିପ୍ଟ, ଲେବାନନ, ସିରିୟା, ବାଂଲାଦେଶ, ଫିଲିପାଇନ୍ସ, ଶ୍ରୀଲଙ୍କା ଏବଂ ଭାରତ ସହିତ ଏହି ବିମାନ ଚଳାଚଳ ବାତିଲ କରିଛି । କୁଏତ ସାଧାରଣ ବିମାନ ଚଳାଚଳ ବିଭାଗ ଏନେଇ ଟୁଇଟ୍ କରି ସୂଚନା ଦେଇଛି ।
ସାରା ବିଶ୍ୱରେ ଏହି ଭୟାବହ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଟପିଛି । କେବଳ ଚୀନରେ ୮୦ହଜାର ଲୋକଙ୍କ ନିକଟରେ ଏହି ଭୂତାଣୁୁ ମିଳିଛି । ୯୭ଟି ଦେଶକୁ ବ୍ୟାପିଛି ସଂକ୍ରମଣ । ଅପରପକ୍ଷରେ ମୃତକଙ୍କ ସଂଖ୍ୟା ୩୨ଶହ ଟପିଥିବା ସୂଚନା ମିଳିଛି ।