ପ୍ରଦୂଷଣରୁ ମୁକ୍ତି କରିବ ସ୍ୱତନ୍ତ୍ର ଡିଭାଇସ ! ମାସ୍କ ଚିନ୍ତାରୁ ବର୍ତ୍ତିବେ ଦିଲ୍ଲୀବାସୀ

52

ସମସ୍ତ ଚେଷ୍ଟା ସତ୍ୱେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ କମିବାର ନାଁ ଧରୁନି । ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଦିଲ୍ଲୀ ବାସୀ ବିଭିନ୍ନ ପ୍ରକାର ମାସ୍କ ବ୍ୟବହାର କରୁଛନ୍ତି । ବଜାରରେ ମଧ୍ୟ ବିଭିନ୍ନ ପ୍ରକାର ମାସ୍କ ମିଳୁଛି । ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ରକାର ଡିଭାଇସ ପ୍ରସ୍ତୁତ କରାଯାଉଛି । ଯାହା ଦେଖିବା ପାଇଁ ଖୁବ ଛୋଟ ଓ ପିନ୍ଧିବାରେ କୌଣସି ଅସୁବିଧା ନାହିଁ । ଏହି ସ୍ୱତନ୍ତ୍ର ଡିଭାଇସର ନାଁ ‘ଏୟାର ଲିଜ‘ । ପେର୍ସିପିଆନ ଇନୋଭେସନ ନାମକ ଏକ ଷ୍ଟାର୍ଟ ଅପ ସଂସ୍ଥା ଏହି ଡିଭାଇସକୁ ନିର୍ମାଣ କରିଛି ।

ପାଂଚ ଜଣ ଯୁବ ବୈଜ୍ଞାନିକ ଏହି ଡିଭାଇସ ଉପରେ ଗବେଶଣା କରୁଛନ୍ତି । ଡାକ୍ତର ଶଶୀରଞ୍ଜନ, ଦେବ୍ୟାନ ସାହା , ଯୋଗେଶ ଅଗ୍ରୱାଲ, ଆକାକ୍ଷା ଗୁପ୍ତ ଏବଂ ଡାକ୍ତର ହରିଶ ସେଠ । ଦୁଇ ସେଂଟିମିଟର ବିଶିଷ୍ଟ ୟୁଜ ଆଣ୍ଡ ଥ୍ରୋ ଡିଭାଇସ ହେଉଛି ଏହି ଏୟାର ଲିଜ । ଏହି ମାସକକୁ ପୂରା ମୁହଁରେ ଲଗାଇବାକୁ ପଡିବ ନାହିଁ । ଏହାକୁ ନାକରେ ଲଗାଯିବ ଯେପରି ନିଃଶ୍ୱାସ ପ୍ରଶ୍ୱାସରେ କୌଣସି ଆସୁବିଧା ହେବ ନାହିଁ । ଏହି ଡିଭାଇସରେ ଏକ କଳା ରଙ୍ଗର ପିୟୁରିଫାଅର ଅଛି ଯିଏ ଧୂଳିକଣାକୁ ରୋକିବାରେ ସାହାଯ୍ୟ କରିବ । ଏହାକୁ ଘରେ ଓ ଘର ବାହାରେ ବ୍ୟବହାର କରା ଯାଇପାରିବ ।

ଗବେଶକଙ୍କ ମତରେ ଜଣେ ବ୍ୟକ୍ତି ଏହାକୁ ଆଠ ଘଂଟା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ବର୍ତମାନ ଏହି ଡିଭାଇସ ୬ବର୍ଷର ପିଲାଙ୍କର ନାକ ଅନୁସାରେ ତିଆରି କରା ଯାଇଛି । ଗୋଟିଏ ପ୍ୟାକେଟରେ ୧୬ଟି ଡିଭାଇସ ରହିଛି ଯାହାର ବଜାର ମୂଲ୍ୟ ୫୦୦ଟଙ୍କାରୁ କମ ରହିଛି । ପେର୍ସିପିଆନ.କମ୍ ରୁ ଅନଲାଇନ ମାଧ୍ୟମରେ ଲୋକମାନେ କିଣିପାରିବେ । ଏହି ଡିଭାଇସକୁ ବିଭିନ୍ନ ଏଜେନସି ଦ୍ୱାରା ପରୀ କ୍ଷା କରାଯାଇଛି । ଗବେଶକମାନେ କହିଛନ୍ତି ଏହା ବାୟୋ କମ୍ପଟିବୁଲ । ଏହାକୁୁ ଏକ ସ୍ୱତନ୍ତ୍ର ଆପ ସହ ଯୋଡାଯାଇଛି, ଯାହା ବାୟୁର କ୍ୱାଲିଟି ବିଷୟରେ କହିବା ସହ କେତେ ମାତ୍ରାରେ ପ୍ରଦୂଷଣକୁ ରୋକିବାରେ ସକ୍ଷମ ସେ ବିଷୟରେ ସୂଚନା ଦେବ । ଏହାକୁ ରୋଗୀମାନନେ ମଧ୍ୟ ବ୍ୟବହାର କରିପାରିବେ ।

ପୂରା ମେକ ଇଣ୍ଡିଆ କନସେପଟ ଦ୍ୱାରା ଏହି ଡିଭାଇସର ଉଦଘାଟନ ଅବସରରେ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ଲଘୁ ଉଦ୍ୟୋଗ ଭାରତୀର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମପ୍ରକାଶ ମତଲ ଉପସ୍ଥିତ ଥିଲେ । ଏହି ଡିଭାଇସ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ରକ୍ଷା କରିବ । କିନ୍ତୁ ସରକାର ସହ ସାଧାରଣ ଜନତା ଦିଲ୍ଲୀର ପରିବେଶ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବା ଉଚିତ ।