ଆସୁଛନ୍ତି ଅଭିନନ୍ଦନ ! ସ୍ୱାଗତ ପାଇଁ ଅଟାରୀ ବର୍ଡରରେ ବାୟୁସେନାର ବରିଷ୍ଠ ଅଧିକାରୀ ।

484

କନକ ବ୍ୟୁରୋ : ଅଟାରୀ ବର୍ଡରରେ ବାୟୁସେନା ଅଧିକାରୀ । ଆଉ କିଛି ସମୟ ମଧ୍ୟରେ ପହଞ୍ଚିବେ ଇଣ୍ଡିଆନ୍ ଏୟାର ଫୋର୍ସର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ତାଙ୍କୁ ସ୍ୱାଗତ କରିବା ପାଇଁ ଅଟାରୀ ବର୍ଡର ଠାରେ ପହଞ୍ଚିଛନ୍ତି ବାୟୁସେନାର ବରିଷ୍ଠ ଅଧିକାରୀ । ସେନାର ୪ଟି ଗାଡି ମଧ୍ୟ ଅଟାରୀ ବର୍ଡରରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ, ଆଉ କିଛି ସମୟ ମଧ୍ୟରେ ଭାରତ ବର୍ଡର ଠାରେ ପହଞ୍ଚିବେ ପାଇଲଟ୍ ଅଭିନନ୍ଦନ । ବର୍ଡର ଠାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।

ଆଜି ୱାଘା ବର୍ଡର ଦେଇ ସ୍ୱଦେଶକୁ ଫେରିବେ ଅଭନନ୍ଦନ । ଅଭିନନ୍ଦନଙ୍କୁ ସ୍ୱାଗତ କରିବେ ବାୟୁସେନା ପ୍ରତିନିଧି ଦଳ । ସେହିପରି ପୁଅକୁ ଆଣିବା ପାଇଁ ୱାଘା ବର୍ଡରରେ ପହଁଚିଛନ୍ତି ଅଭିନନ୍ଦନଙ୍କ ବାପା ମଆ । ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀର ଅଂଚଳରେ ଭୁଲ ବଶତଃ ଅବତରଣ କରିଥିଲେ । ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତୀକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।